ସରକାରୀ ସ୍କୁଲରେ ଜଣେ ପିଲା ପିଛା ଖର୍ଚ୍ଚ ହେଉଛି ୨୫ ହଜାର ଟଙ୍କା: ଗଣଶିକ୍ଷା ମନ୍ତ୍ରୀ

ସ୍କୁଲରେ ଜଣେ ପିଲା ପିଛା କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ? ବିଧାନସଭାରେ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଭୁବନେଶ୍ୱର: ସ୍କୁଲରେ ଜଣେ ପିଲା ପିଛା କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ? ବିଧାନସଭାରେ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତଥ୍ୟ ଅନୁଯାୟୀ ୨୦୨୧ ଆର୍ଥିକ ବର୍ଷରେ ରାଜ୍ୟର ୬ ରୁ ୧୪ ବର୍ଷ ପିଲାଙ୍କ ପାଇଁ ଖର୍ଚ୍ଚ ହୋଇଛି ୨୫ ହଜାର ୫୬ ଟଙ୍କା । ୨୦୧୪-୧୫ରେ ଏହି ରାଶି ଥିଲା ୯ ହଜାର ୧୮୪ ଟଙ୍କା ।

Mass Education Minister

କେଉଁ ସ୍କୁଲରେ କେତେ ଶିକ୍ଷକ ?

ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ୧୬୭୨ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି ।
ରାଜ୍ୟରେ ମୋଟ ୩୦ ହଜାର ୩୭୭ ପ୍ରାଥମିକ ବିଦ୍ୟାଳୟ , ୧୯ ହଜାର ୨୩୮ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୨୬୦୧ ଇଂରାଜୀ ମଧ୍ୟ ବିଦ୍ୟାଳୟ, ୧୦ ହାଜର ୧୭ ଉଚ୍ଚ ବିଦ୍ୟାଳୟ ରହିଛି।

ସେହିଭଳି ମୟୂରଭଞ୍ଜରେ ସର୍ବାଧିକ ୧୭୧ ଟି ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ରହିଥିବା ବେଳେ, ଗଞ୍ଜାମ ଜିଲ୍ଲାରେ ୧୩୪ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି । ୪୩୫ ଟି ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି । ୨୧୦୭ ସରକାରୀ ଅନୁଦାନ ପ୍ରାପ୍ତ ଓ ଗଣଶିକ୍ଷା ଅଧୀନରେ ଥିବା ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି ।

ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ୨୪। ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ୨୦ । ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଉଚ୍ଚ ବିଦ୍ୟାଳୟରେ ଖାଲି ପଡ଼ିଛି ୧୧ ହଜାର ୪୦୩ ଶିକ୍ଷକ ପଦବୀ । ଏହି ସମୟ ସୁଦ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୮୫୨ ଶିକ୍ଷକ ପଦବୀ ଖାଲି ଅଛି । ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୭୪ ପଦବୀ ଖାଲି ପଡ଼ିଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ମାଟ୍ରିକ ପରୀକ୍ଷା ଦେଇନାହାନ୍ତି ୪୪, ୨୪୫ ଛାତ୍ରଛାତ୍ରୀ

ଚଳିତ ୨୦୨୨ ବର୍ଷର ମାଟ୍ରିକ ପରୀକ୍ଷାରେ ୪୪୨୪୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ । ଏ ବିଷୟରେ ତଦନ୍ତ କରିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତାଲିକା ସବୁଠୁ ଉପରେ ରହିଛି ମୟୁରଭଞ୍ଜ ଜିଲ୍ଲା । ୪୪୬୨ ପିଲାଙ୍କ ଅନୁପସ୍ଥିତ ସହ ମୟୁରଭଞ୍ଜ ଉପରେ ଥିବା ବେଳେ ଦ୍ୱିତୀୟରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା । ଯେଉଁଠି ୩୨୭୩ ପିଲା ମାଟ୍ରିକ ପରୀକ୍ଷା ରେ ଅନୁପସ୍ଥିତ ରହିଥିଲେ । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଲିଖିତ ଉତ୍ତର ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+