ଦୁର୍ନୀତିଖୋରଙ୍କୁ ନିସ୍ତାର ନାହିଁ, ଦୋଷୀ ସ୍ୟବସ୍ତ ହେଲେ ମିଳିବନି ପେନ୍‌ସନ୍‌

ଦୁର୍ନୀତିଖୋରଙ୍କୁ ନିସ୍ତାର ନାହିଁ , ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଦୁର୍ନୀତି ମାମଲାରେ ଭିଜିଲାନ୍ସ ଅଦାଲତଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହେଲେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିବନି ପେନ୍‌ସନ୍‌ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପ୍ରୋଭିଜନାଲ୍‌ ପେନ୍‌ସନ୍‌ ବନ୍ଦ କରିବା ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଭିଜିଲାନ୍ସ ଅଦାଲତଙ୍କ ଦଣ୍ଡାଦେଶ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିବା ମାମଲା ବିଚାରଧୀନ ଥିବା ବେଳେ ସଂପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପ୍ରୋଭିଜନାଲ ପେନସନ ମିଳିବ ନାହିଁ ।

pension

ଭିଜିଲାନ୍ସ ଅଦାଲତଙ୍କ ଦଣ୍ଡ ବିରୋଧରେ ଉପର ଅଦାଲତରେ କେବଳ ମାମଲା ଦାୟର କରିଦେଲେ ପୁନର୍ବାର ପ୍ରୋଭିଜନାଲ୍ ପେନ୍‌ସନ୍‌ ପାଇଁ ସମ୍ପୃକ୍ତ ବ୍ୟକ୍ତି ହକଦାର ହେବେ ନାହିଁ । ଯଦି ଉପର ଅଦାଲତରେ ଭିଜିଲାନ୍ସ ଅଦାଲତ ରାୟ ଉପରେ ରହିତାଦେଶ ଜାରି କରାଯାଏ ବା ରଦ୍ଦ ହୁଏ ତେବେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବନ୍ଦ କରାଯାଇଥିବା ପ୍ରୋଭିଜନାଲ ପେନ୍‌ସନ୍‌ ପୁନର୍ବାର ପ୍ରଦାନ କରାଯାଇପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+