ରେକର୍ଡ ଭାଙ୍ଗିଲା କରୋନା : ରାଜ୍ୟରେ 12,390 ସଂକ୍ରମିତ, ଗଲା 22 ଜଣଙ୍କ ଜୀବନ

24 ଘଣ୍ଟାରେ ରାଜ୍ୟରେ 12,390 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛଥିବା ବେଳେ 22 ଜଣଙ୍କର ଜୀବନ ଯାଇଛି ।

ଭୁବନେଶ୍ୱର : ପୁଣି ଉପମୁହାଁ ହୋଇଛି ରାଜ୍ୟରେ କରୋନା ଗ୍ରାଫ୍ । ଗତ 24 ଘଣ୍ଟାରେ ରାଜ୍ୟରେ 12,390 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 2, 201 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ 882 ଓ କଟକରୁ 719 ଆକ୍ରାନ୍ତ ଚିହ୍ନ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ 6,938 ଜଣ ସଙ୍ଗରୋଧ କେନ୍ଦରୁ ଓ 5,452 ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି ।

କରୋନା
ଅପରପକ୍ଷରେ ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 22 ଜଣଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 4, ଅନୁଗୁଳରୁ 3 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କଳାହାଣ୍ଡି, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ରୁ 2 ଜଣ ଲେଖାଏଁ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗିର, ବୌଦ୍ଧ, କଟକ ଓ ଦେବଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛି । ସେହିପରି ଗଜପତି, ଗଞ୍ଜାମ ଓ କନ୍ଧମାଳରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛି । ଏଥିସହିତ ରାଜ୍ୟରେ ସର୍ବୋମୋଟ ମୃତ୍ୟୁ ସଂଖ୍ୟା 2273କୁ ପହଞ୍ଚିଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+