ଶିଶୁ ଭବନ ହେବ କୋଭିଡ ହସ୍ପିଟାଲ
ଶିଶୁ ଭବନ ହେବ କୋଭିଡ ହସ୍ପିଟାଲ
କଟକ: କରୋନା ମହାମାରୀର ଦ୍ୱିତୀୟ ଲହରୀ ଜାରି ରହିଛି। ଏହାରି ଭିତରେ ତୃତୀୟ ଲହରକୁ ନେଇ ଲୋକଙ୍କ ମନରେ ଛନକା ପଶିଛି। ତେବେ ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

କଟକ ଶିଶୁ ଭବନରେ ଶିଶୁଙ୍କ ପାଇଁ କୋଭିଡ ହସ୍ପିଟାଲ ହେବାକୁ ନିଷ୍ପତ୍ତି ନିଆଯାଇଛି। ଏସସିବି ମେଡିକାଲର ଶିଶୁ ବିଭାଗରେ ମଧ୍ୟ କୋଭିଡ ଚିକିତ୍ସା ବିଭାଗ ହେବ। ଏସସିବି ସମେତ 2ଟି ମେଡିକାଲରେ 60ଟି ଆଇସିୟୁ ଶଯ୍ୟା ବୃଦ୍ଧି କରାଯିବ । ଏନେଇ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଉମେଶ ରାୟ ସୂଚନା ଦେଇଛନ୍ତି।












Click it and Unblock the Notifications