ଭଲ ଖବର: ଆଜି ୫ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ୪ ହଜାର ୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ୪ ହଜାର ୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୫୪୬ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୫୪୬ ଜଣ ଲୋକାଲ କଣ୍ଟାକ୍ଟସରୁ ଚିହ୍ନଟ ହୋଇଛନ୍ତି ।

Coronavirus

ଅନୁଗୁଳରୁ ୨୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୧୮, ବରଗଡରୁ ୮୫, ଭଦ୍ରକରୁ ୧୬୫, ବଲାଙ୍ଗୀରରୁ ୫୬, ମୟୂରଭଞ୍ଜରୁ ୨୧୬, ନବରଙ୍ଗପୁରରୁ ୧୧୮, ନୟାଗଡ଼ରୁ ୧୨୮, ନୁଆପଡାରୁ ୧୪, ପୁରୀରୁ ୨୪୩, ରାୟାଗଡାରୁ ୧୩୭, ସମ୍ବଲପୁରରୁ ୬୧, ସୋନପୁରରୁ ୬୦, ସୁନ୍ଦରଗଡରୁ ୧୦୩, ବୌଦ୍ଧରୁ ୯୦, କଟକରୁ ୪୧୩, ଦେଓଗଡ଼ରୁ ୨୩, ଢ଼େଙ୍କାନାଳରୁ ୨୫୨, ଗଜପତିରୁ ୨୬, ଗଞ୍ଜାମରୁ ୪୩, ଜଗତ୍‌ସିଂହପୁରରୁ ୧୪୦, ଯାଜପୁରରୁ ୩୭୦, ଝାରସୁଗୁଡାରୁ ୨୭, କାଲାହାଣ୍ଡିରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି କନ୍ଧମାଳରୁ ୨୮, କେନ୍ଦ୍ରାପଡାରୁ ୫୯, କେନ୍ଦୁଝରରୁ ୯୬, ଖୋର୍ଦ୍ଧାରୁ ୬୧୨, କୋରାପୁଟରୁ ୮୭ ଓ ମାଲକାନଗିରି ୭୫ ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଷ୍ଟେଟ୍‌ ପୁଲରୁ ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୫୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି । ଏବେ ରାଜ୍ୟରେ ମୋଟ ୫୯ ହଜାର ୩୬୧ ସକ୍ରିୟ ମାମଲା ରହିଛି । ସେହିଭଳି ରାଜ୍ୟରେ କରୋନା ସଂକ୍ରମଣରେ ଆଜି ୪୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+