For Quick Alerts
Turn On Notification  
For Daily Alerts
Oneindia App Download

ଟ୍ୱିନସିଟିରେ ଅମାନିଆଙ୍କ ଉପରେ ଲାଗିବ ଲଗାମ ! ଘରୋଇ ସଂସ୍ଥାର କର୍ମଚାରୀଙ୍କ ପାଇଁ କମିଶନରେଟ୍ ପୁଲିସ ଜାରି କଲା ଇ-ପରମିଶନ ଆପ୍

କମିଶନରେଟ୍ ପୋଲିସ୍ ପକ୍ଷରୁ ଇ-ପରମିସନ୍ ଆପ୍ ଆଜି ଜାରି କରାଯାଇଛି

|

ଭୁବନେଶ୍ୱର: କୋଭିଡ୍ ସମୟରେ କାର୍ଯ୍ୟ କରୁଥିବା କିଛି ଘରୋଇ ସଂସ୍ଥାଙ୍କୁ ସେମାନଙ୍କର କାର୍ଯ୍ୟ ଜାରି ରଖିବାକୁ ଅନୁମତି ମିଳିଛି । ଏହି ଅବସରରେ କୋଭିଡ୍ ନିୟମକୁ କଡାକଡି କରିଛନ୍ତି କମିଶନରେଟ୍ ପୋଲିସ୍ । ତେବେ ଲକଡାଉନ୍ ସମୟରେ କାର୍ଯ୍ୟ କରୁଥିବା ଘରୋଇ ସଂସ୍ଥାମାନେ ସେମାନଙ୍କ କର୍ମଚାରୀମାନଙ୍କ ଯିବା ଆସିବା ପାଇଁ ଡିସିପିଙ୍କ ପାଖରୁ ଅନୁମତି ପତ୍ର ନେବାକୁ ପଡିବ । କାରଣ କିଛି କର୍ମଚାରୀ ଆଇ କାର୍ଡ ଦେଖାଇ ମନଇଚ୍ଛା ବୁଲୁଥିବା ପୋଲିସ୍ ଦେଖିବାକୁ ପାଇଥିଲା । ଏହାକୁ ଦେଖି କିଛିଦିନ ତଳେ କର୍ମଚାରୀଙ୍କ ତାଲିକା ମାଗିଥିଲା କମିଶନରେଟ୍ ପୁଲିସ ।

କମିଶନରେଟ୍ ପୋଲିସ

ହେଲେ ଆଜି ପୁଣି ଥରେ ଘରୋଇ ସଂସ୍ଥା ଚଲାଇବାକୁ ଆଉ ଏକ ନୂତନ ମାଧ୍ୟମ ଆରମ୍ଭ କରିଛନ୍ତି କମିଶନରେଟ୍ ପୋଲିସ୍ । ଏଥିପାଇଁ ଏକ ମୋବାଇଲ୍ ଆପ୍ ତିଆରି କରାଯାଇଛି । ଯାହା ଜରିଆରେ ଲକଡାଉନ୍ ସମୟରେ କାର୍ଯ୍ୟ କରୁଥିବା ଘରୋଇ ସଂସ୍ଥା ମାନେ ସେମାନଙ୍କ କର୍ମଚାରୀ ମାନଙ୍କ ପାଇଁ ଅନୁମତି ପତ୍ର ପାଇପାରିବେ । କମିଶନରେଟ୍ ପୋଲିସ୍ ପକ୍ଷରୁ ଇ-ପରମିସନ୍ ଆପ୍ ଆଜି ଜାରି କରାଯାଇଛି । ଲକଡାଉନରେ ଡ୍ୟୁଟି କରୁଥିବା କର୍ମଚାରୀଙ୍କ ତଥ୍ୟ ଦାଖଲ ପାଇଁ ଏହି ଆପ୍ କୁ ସ୍ୱତନ୍ତ୍ର ଭାବରେ ଆରମ୍ଭ କରାଯାଇଛି ବୋଲି ପ୍ରେସମିଟ୍ କରି କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Coronavirus Lockdown E Permission APP for Private Company Employees by Commissionerate Police Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X