Get Updates
Get notified of breaking news, exclusive insights, and must-see stories!

ଟ୍ୱିନସିଟିରେ ଅମାନିଆଙ୍କ ଉପରେ ଲାଗିବ ଲଗାମ ! ଘରୋଇ ସଂସ୍ଥାର କର୍ମଚାରୀଙ୍କ ପାଇଁ କମିଶନରେଟ୍ ପୁଲିସ ଜାରି କଲା ଇ-ପରମିଶନ ଆପ୍

କମିଶନରେଟ୍ ପୋଲିସ୍ ପକ୍ଷରୁ ଇ-ପରମିସନ୍ ଆପ୍ ଆଜି ଜାରି କରାଯାଇଛି

ଭୁବନେଶ୍ୱର: କୋଭିଡ୍ ସମୟରେ କାର୍ଯ୍ୟ କରୁଥିବା କିଛି ଘରୋଇ ସଂସ୍ଥାଙ୍କୁ ସେମାନଙ୍କର କାର୍ଯ୍ୟ ଜାରି ରଖିବାକୁ ଅନୁମତି ମିଳିଛି । ଏହି ଅବସରରେ କୋଭିଡ୍ ନିୟମକୁ କଡାକଡି କରିଛନ୍ତି କମିଶନରେଟ୍ ପୋଲିସ୍ । ତେବେ ଲକଡାଉନ୍ ସମୟରେ କାର୍ଯ୍ୟ କରୁଥିବା ଘରୋଇ ସଂସ୍ଥାମାନେ ସେମାନଙ୍କ କର୍ମଚାରୀମାନଙ୍କ ଯିବା ଆସିବା ପାଇଁ ଡିସିପିଙ୍କ ପାଖରୁ ଅନୁମତି ପତ୍ର ନେବାକୁ ପଡିବ । କାରଣ କିଛି କର୍ମଚାରୀ ଆଇ କାର୍ଡ ଦେଖାଇ ମନଇଚ୍ଛା ବୁଲୁଥିବା ପୋଲିସ୍ ଦେଖିବାକୁ ପାଇଥିଲା । ଏହାକୁ ଦେଖି କିଛିଦିନ ତଳେ କର୍ମଚାରୀଙ୍କ ତାଲିକା ମାଗିଥିଲା କମିଶନରେଟ୍ ପୁଲିସ ।

କମିଶନରେଟ୍ ପୋଲିସ

ହେଲେ ଆଜି ପୁଣି ଥରେ ଘରୋଇ ସଂସ୍ଥା ଚଲାଇବାକୁ ଆଉ ଏକ ନୂତନ ମାଧ୍ୟମ ଆରମ୍ଭ କରିଛନ୍ତି କମିଶନରେଟ୍ ପୋଲିସ୍ । ଏଥିପାଇଁ ଏକ ମୋବାଇଲ୍ ଆପ୍ ତିଆରି କରାଯାଇଛି । ଯାହା ଜରିଆରେ ଲକଡାଉନ୍ ସମୟରେ କାର୍ଯ୍ୟ କରୁଥିବା ଘରୋଇ ସଂସ୍ଥା ମାନେ ସେମାନଙ୍କ କର୍ମଚାରୀ ମାନଙ୍କ ପାଇଁ ଅନୁମତି ପତ୍ର ପାଇପାରିବେ । କମିଶନରେଟ୍ ପୋଲିସ୍ ପକ୍ଷରୁ ଇ-ପରମିସନ୍ ଆପ୍ ଆଜି ଜାରି କରାଯାଇଛି । ଲକଡାଉନରେ ଡ୍ୟୁଟି କରୁଥିବା କର୍ମଚାରୀଙ୍କ ତଥ୍ୟ ଦାଖଲ ପାଇଁ ଏହି ଆପ୍ କୁ ସ୍ୱତନ୍ତ୍ର ଭାବରେ ଆରମ୍ଭ କରାଯାଇଛି ବୋଲି ପ୍ରେସମିଟ୍ କରି କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+