'ବାୟୁରେ ବ୍ୟାପୁଛି କରୋନା, ସଠିକ୍ ଭାବରେ ମାସ୍କ ପିନ୍ଧିବା ଜରୁରୀ'
କଟକ SCB ଆନାସ୍ଥେସିଆ ବିଭାଗ ପ୍ରଫେସର ନିବେଦିତା ପାଣି କହିଛନ୍ତି, କରୋନା ଏବେ ବାୟୁ ଜରିଆରେ ବ୍ୟାପୁଥିବାରୁ ସଠିକ ମାସ୍କ ପରିଧାନ ଜରୁରୀ।
ଭୁବନେଶ୍ୱର: ମହାମାରୀ କରୋନାର ଦ୍ବିତୀୟ ଲହରୀ ରାଜ୍ୟରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । 10 ହଜାର ଉପରେ ଦୈନିକଲ ସଂକ୍ରମଣ ଓ 20ରୁ 25 ଦୈନିକ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସୁଛି । ଏଭଳି ଭୟାନକ ପରିସ୍ଥିତିରେ ମହାମାରୀ କରୋନାକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ବାସ୍ଥ୍ଯ ବିଶେଷଜ୍ଞ । କଟକ SCB ଆନାସ୍ଥେସିଆ ବିଭାଗ ପ୍ରଫେସର ନିବେଦିତା ପାଣି କହିଛନ୍ତି, କରୋନା ଏବେ ବାୟୁ ଜରିଆରେ ବ୍ୟାପୁଥିବାରୁ ସଠିକ ମାସ୍କ ପରିଧାନ ଜରୁରୀ।

ଏହାସହ ଏବେ ଆମେମାନେ ୩ କପଡ଼ା, ସର୍ଜିକାଲ ଓ N95 ମାସ୍କ ବ୍ୟବହାର କରୁଛନ୍ତି। ଯଦି ଆପଣମାନେ କପଡ଼ା ମାସ୍କ ପିନ୍ଧୁଛନ୍ତି ତେବେ ତାହାକୁ ସଠିକ ଭାବେ ପିନ୍ଧନ୍ତୁ ଏବଂ ଠିକ ଭାବେ ସଫା କରନ୍ତୁ ବୋଲି ସେ କହିବା ସହ ସର୍ଜିକାଲ ମାସ୍କ ପିନ୍ଧୁଥିଲେ, ଥରେ ପିନ୍ଧନ୍ତୁ ଆଉ ପରେ ତାକୁ ଧୋଇ ପୁନଃ ପିନ୍ଧନ୍ତୁନି ବୋଲି ପ୍ରଫେସର ନିବେଦିତା କହିଛନ୍ତି। ମାସ୍କ ପିନ୍ଧିବା ପୂର୍ବରୁ ଓ ଓହ୍ଲାଇଲା ବେଳେ ହାତ ସାନିଟାଇଜ୍ କରନ୍ତୁ ଏହାସହ ମାସ୍କ ଯେମିତି ମୁହଁ, ପାଟି, ନାକ ଘୋଡ଼ାଇ ରଖୁଥିବ ସେଥିଲାଗି ନିଶ୍ଚିତ ଧ୍ୟାନ ଦିଅନ୍ତୁ ବୋଲି ସେ କହିଛନ୍ତି। କରୋନାରୁ ରକ୍ଷା ପାଇବାକୁ ହେଲେ ଆମ ସମସ୍ତଙ୍କୁ ସଜାଗ ଓ ସଚେତନ ହେବା ସହ ମାସ୍କକୁ ଭଲ ଭାବରେ ପିନ୍ଧିବାର ଆବଶ୍ୟକତା ଥିବା ସେ କହିଛନ୍ତି।
ସେପଟେ, ଗତକାଲି ଶିଶୁ, କିଶୋର ଓ ଗର୍ଭବତୀଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଡଭାଇଜରି କରିଛି । କରୋନା ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଆଡଭାଇଜରି ଜାରି କରିଛି ବିଭାଗ। ସୂଚନା ଅନୁସାରେ, ୨ ରୁ ଅଧିକ ବର୍ଷର ଶିଶୁଙ୍କୁ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ପଦାକୁ ବାହାରିବା ପୂର୍ବରୁ ୨ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏହାସହ ଶିଶୁଠାରେ ବି ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟିଂ ପାଇଁ ପରାମର୍ଶ ଦିଆଯାଇଛି।












Click it and Unblock the Notifications