For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟରେ ପ୍ଲାଟୋ ସ୍ଥିତିରେ କରୋନା

ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଡିଏମଇଟି ପ୍ରଫେସର୍ ସିବିକେ ମହାନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ପ୍ଲାଟୋ ସ୍ଥିତିରେ କରୋନା ରହିଛି।

|

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଡିଏମଇଟି ପ୍ରଫେସର୍ ସିବିକେ ମହାନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ପ୍ଲାଟୋ ସ୍ଥିତିରେ କରୋନା ରହିଛି। ଗତ ୫ ଦିନ ହେଲା ରାଜ୍ୟରେ ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ସ୍ତରରେ ରହିଛି। ଆଉ ଏହି ଗୋଟିଏ ସ୍ତରରେ ରହିବାକୁ ହିଁ ପ୍ଲାଟୋ ବୋଲି କୁହାଯାଏ।

coronavirus

ତେବେ ଆଗାମୀ ଦିନରେ ଏହି ଭାଇରସ୍ ବ୍ୟାପିବାର ମାତ୍ରା କମିବା ନେଇ ଆଶା କରୁଛୁ। ହେଲେ ସଂକ୍ରମଣର ମାତ୍ରା ଭବିଷ୍ୟତରେ କିପରି ରୂପ ନେବ ନିର୍ଦ୍ଦିଷ୍ଟ ଭାବେ କହି ହେଉନାହିଁ।

ସୂଚନା ଅନୁସାରେ, ମଙ୍ଗଳବାର ପୁଣି ରାଜ୍ୟରେ ୬୫୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୮୨୭ ଓ ସ୍ଥାନୀୟ ଅଞ୍ଚଳରୁ ୨୭୭୨ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ କରୋନାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି ପାଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Coronavirus in the plato state in odisha, said DMET Cbk Mohanty
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X