କେନ୍ଦୁଝର ଜିଲ୍ଲାରେ କୋଭିଡ ଟିକା ବିକ୍ରି ଅଭିଯୋଗ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବଡିଭିଜନର ଶାଳନିଆ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଶାରଳା ଗାଁରେ କରୋନା ଟିକା ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି ।

କେନ୍ଦୁଝର: ଜିଲ୍ଲା ଆନନ୍ଦପୁର ସବଡିଭିଜନର ଶାଳନିଆ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଶାରଳା ଗାଁରେ କରୋନା ଟିକା ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଗାଁକୁ ଟିକା ନେଇ ଯାଉଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ରାସ୍ତାରେ ଟିକା ବିକ୍ରି କରି ଦେଇଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାକୁ କେନ୍ଦ୍ର କରି ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

Corona Vaccine

ଏହି ଟିକା କେନ୍ଦ୍ରରେ ୧୨୦ଜଣଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ସ୍ବାସ୍ଥ୍ୟ କର୍ମଚାରୀ ଜଣକ ୧୨ଟି ବଟଲରେ ୧୨୦ ଡୋଜ୍ ଟିକା ନେଇ ଗାଁକୁ ଆସୁଥିଲେ। ଟିକା ନେବାକୁ ଲୋକେ ସକାଳୁ ସକାଳୁ କେନ୍ଦ୍ରରେ ଭିଡ଼ ଜମାଇଥିଲେ । କିନ୍ତୁ ଟିକାକରଣ ସାଇଟରେ ପହଞ୍ଚିବାବେଳକୁ ଗୋଟିଏ ବଟଲ ଫାଙ୍କା ଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ଶାଳନିଆ ମେଡିକାଲ ଅଫିସରଙ୍କୁ ଜଣାଇଥିଲେ । ତେବେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେଡିକାଲ ଅଫିସର କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+