For Quick Alerts
For Daily Alerts
ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଦିଆଯିବ କରୋନା ଟିକା
ଭୁବନେଶ୍ୱର: ପୁରୀ ପରେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଦିଆଯିବ କରୋନା ଟିକା । ଆଜିଠାରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୈନିକ ୫୦ ଜଣ ସେବାୟତଙ୍କୁ ଟିକା ଦିଆଯିବା କରୋନା ଟିକା । ଲିଙ୍ଗରାଜ ମନ୍ଦିର ପାଖ ବିଏମ୍ସି ହସ୍ପିଟାଲରେ ସେବାୟତଙ୍କ ଟିକାକରଣ ହେବ ।

ପ୍ରାୟ ୩ ଶହ ସେବାୟତ ଟିକା ନେବାର କାର୍ଯ୍ୟକ୍ରମ ରହିଛି । ୧୬ ତାରିଖ ସୁଦ୍ଧା ଭୁବନେଶ୍ୱରରେ ୧ ଲକ୍ଷ ୭ହଜାର ୬୭୮ଜଣ ଟିକାକରଣ ସରିଛି । ସେଥିମଧ୍ୟରୁ ୪୪ ହଜାର ୨୪୪ ଜଣ ସ୍ୱାସ୍ଥ୍ୟକର୍ମୀ, ୨୩ ହଜାର ୩୫୫ ଜଣ ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକାକରଣ କରାଯାଇଛି । ଏହା ସହ ୪୦ ହଜାର ୭୯ ଜଣ ବରିଷ୍ଠ ନାଗରିକ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି ।
ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସୋମବାର, ଗୁରୁବାର ଓ ଶନିବାର ଟିକାକରଣ କରାଯାଉଛି । ଏନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ ସୂଚନା ଦେଇଛନ୍ତି ।
English summary
Corona vaccine is Given to Lingaraj temple Sevayat
Story first published: Thursday, March 18, 2021, 12:50 [IST]


Click it and Unblock the Notifications