ଜାନୁଆରୀରେ ଓଡିଶା ଆସୁଛି କରୋନା ଟିକା
ଚଳିତ ମାସ ମଧ୍ୟରେ ରାଜ୍ୟରେ ଟିକା ପହଞ୍ଚିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ ।
ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ହେବ କରୋନା ଟିକାକରଣ । ଚଳିତ ମାସ ମଧ୍ୟରେ ରାଜ୍ୟରେ ଟିକା ପହଞ୍ଚିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ । ଟିକାକରଣ ପାଇଁ ୨୯ ହଜାର କେନ୍ଦ୍ରର ବ୍ୟବସ୍ଥା ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଏତେ କେନ୍ଦ୍ର ଆବଶ୍ୟକ ହେବ ନାହିଁ ବୋଲି କହିଛନ୍ତି ବିଜୟ ।
ସେହିପରି ଟିକାକରଣ ଲାଗି ଧାର୍ଯ୍ୟ ପ୍ରକ୍ରିୟା ଅନୁଯାୟୀ, ପ୍ରଥମେ ୱେଟିଂ ରୁମରେ ଟିକା ପାଇବା ଲୋକଙ୍କ ତଥ୍ୟ ଯାଞ୍ଚ ହେବ ଓ ତାଙ୍କ ନାଁ ଡାଟାବେସରେ ଅଛି କି ନାହିଁ ତାହା ଖୋଜି ଦେଖାଯିବ। ଏହା ପରେ ବାକି ତଥ୍ୟ ଯାଞ୍ଚ ହୋଇ ଟିକା ଦିଆଯିବ ବୋଲି ସେ କହିଛନ୍ତି ।

ଟିକା ହାତରେ କାନ୍ଧ ତଳେ ଦିଆଯିବ ଏବଂ ଟିକା ନେବା ପରେ ବ୍ୟକ୍ତିଙ୍କୁ ଅବଜରଭେସନ୍ ରୁମରେ ୩୦ ମିନିଟ୍ ରଖାଯିବ। ପାର୍ଶ୍ୱ ପ୍ରତିକ୍ରିୟା ଦେଖା ନଗଲେ ତାଙ୍କୁ ଛଡ଼ାଯିବ ବୋଲି ବି ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୮ ହଜାର ୫୦୦ ଜଣଙ୍କ ଡାଟାବେସ୍ ପ୍ରସ୍ତୁତ ହୋଇଛି ବୋଲି ଜଣାଯାଇଛି।












Click it and Unblock the Notifications