Corona: ରାଜ୍ୟରେ ପୁଣି ଆରମ୍ଭ ହେବ କରୋନା ଟିକାକରଣ
ରାଜ୍ୟରେ ପୁଣି ଆରମ୍ଭ ହେବ କରୋନା ଟିକାକରଣ । ଆସନ୍ତା ୧୯ ତାରିଖରୁ ରାଜ୍ୟରେ କୋଭିଟ୍ ଟିକା କରଣ ପ୍ରକ୍ରିୟା ଆରମ୍ଭ ହେବ । ପର୍ବ ପରି ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହିଁ ଏହି ଟିକା ଉପଲବ୍ଧ ହେବ ।
କରୋନା: ରାଜ୍ୟରେ ପୁଣି ଆରମ୍ଭ ହେବା ପାଇଁ ଯାଉଛି କରୋନା ଟିକାକରଣ । ଆସନ୍ତା ୧୯ ତାରିଖରୁ ରାଜ୍ୟରେ କୋଭିଡ୍ ଟିକା କରଣ ପ୍ରକ୍ରିୟା ଆରମ୍ଭ ହେବ । ପୁର୍ବ ପରି ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହିଁ ଏହି ଟିକା ଉପଲବ୍ଧ ହେବ । କୋଭିସୀଲଡ଼ ସହ ୨ୟ ପ୍ରିକସନ ଡୋଜ୍ ନେବାରେ ଥିଲେ ତାହା ମଧ୍ୟ ଲୋକେ ନେଇ ପାରିବେ । ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ନାରାୟଣ ମିଶ୍ରଙ୍କ ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୦% ଲୋକ ବୁଷ୍ଟର ଡୋଜ୍ ନେଇ ନାହାଁନ୍ତି, ସେହିପରି ୧୦ ପ୍ରତିଶତ ଲୋକ ସେକେଣ୍ତ ଡୋଜ୍ ମଧ୍ୟ ନେଇ ନାହାଁନ୍ତି । ତେବେ ବିଦେଶରେ କରୋନା ସଂକ୍ରମଣର ବଢୁଥିବା ସଂଖ୍ୟାକୁ ନଜରରେ ରଖି ଆକଳନ କରାଯାଉଛି ଯେ ମାର୍ଚ୍ଚ ମାସ ବେଳକୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ପାରେ । ସେଥି ପାଇଁ ନିୟନ୍ତ୍ରଣରେ ରଖିବା ପାଇଁ ଏବେ ପୁଣି ଟିକାକରଣ ପ୍ରକ୍ରିୟା ଆରମ୍ଭ କରାଯାଉଛି । ଅନ୍ୟପକ୍ଷରେ, ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ନୁହେଁ । ଓଡ଼ିଶାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୦.୦୪% ।












Click it and Unblock the Notifications