ଆସନ୍ତାକାଲିଠୁ ପ୍ରିକସନ୍ ଡୋଜ୍: କୋୱିନ ଆପରେ କରିପାରିବେ ପଞ୍ଜିକରଣ
ଆସନ୍ତାକାଲିଠୁ ସାରା ଦେଶରେ ଦିଆଯିବ ପ୍ରିକସନ୍ ଡୋଜ୍ । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବୟସରୁ ଅଧିକ ବ୍ୟକ୍ତି ନେବେ ପ୍ରିକସନ୍ ଡୋଜ୍ । କୋ-ୱିନରେ ପଞ୍ଜିକରଣ ପାଇଁ ଖୋଲିଲା ସ୍ଲଟ ।
ଭୁବନେଶ୍ୱର: ଆସନ୍ତାକାଲିଠୁ ସାରା ଦେଶରେ ଦିଆଯିବ ପ୍ରିକସନ୍ ଡୋଜ୍ । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବୟସରୁ ଅଧିକ ବ୍ୟକ୍ତି ନେବେ ପ୍ରିକସନ୍ ଡୋଜ୍ । କୋ-ୱିନରେ ପଞ୍ଜିକରଣ ପାଇଁ ଖୋଲିଲା ସ୍ଲଟ । ଆସନ୍ତାକାଲିଠୁ କୋ-ୱିନ ଆପରେ କରିହେବ ପଞ୍ଜିକରଣ । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଟିକା ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦିଆଯିବ। ଦ୍ୱିତୀୟ ଡୋଜ ଓ ପ୍ରିକସନ ଡୋଜ ମଧ୍ୟରେ ୯ ମାସର ବ୍ୟବଧାନ ଜରୁରୀ । ପ୍ରିକସନ ଡୋଜ ପାଇଁ ଦ୍ୱିତୀୟ ଡୋଜ ସାର୍ଟିଫିକେଟ ଆବଶ୍ୟକ ।
ଦେଶରେ ପୁଣି ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଉଛନ୍ତି ସରକାର । କଟକଣା ପୁଣି ବଢିଥିବା ବେଳେ । ଏବେ ପ୍ରିକସନ ଡୋଜକୁ ଗୁରୁତ୍ୱ ଦିଆଯାଉଛି । ତେବେ ପ୍ରାଥମିକ ଭାବେ ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଏହି ଟିକା ଦିଆଯିବ ।












Click it and Unblock the Notifications