Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ଆରମ୍ଭ ହେବ ଗର୍ଭବତୀ ମହିଳାଙ୍କ କରୋନା ଟିକାକରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଗର୍ଭବତୀ ମହିଳାଙ୍କ କରୋନା ଟିକାକରଣ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଗର୍ଭବତୀ ମାନଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିଛି ତାହା ଆରମ୍ଭ କରାଯିବ ।

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଗର୍ଭବତୀ ମହିଳାଙ୍କ କରୋନା ଟିକାକରଣ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଗର୍ଭବତୀ ମାନଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିଛି ତାହା ଆରମ୍ଭ କରାଯିବ ।

pregnant women

ଅମାନିଆଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅନୁରୋଧ ଗାଇଡଲାଇନ୍ ଉଲ୍ଲଂଘନ କରନ୍ତୁ ନାହିଁ । ଏବେ ୫୦୦ ରୋଗୀ ଭେଣ୍ଟିଲେଟରରେ ଥିବାବେଳେ ଆଇସିୟୁରେ ୨ ହଜାର ଆକ୍ରାନ୍ତ ଅଛି । ତେଣୁ ମୃତ୍ୟୁ ସଂଖ୍ୟା ଧିରେ ଧିରେ କମିବ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି ।

Health Director

ଲକଡାଉନ ଆଂଶିକ କୋହଳ ହୋଇଛି । 'ବି' ବର୍ଗରେ ଖିବା ଜିଲ୍ଲା ଗୁଡ଼ିକରେ କଟକଣା କଡ଼ାକଡ଼ି କରାଯାଇଛି । ୧୦ ଜିଲ୍ଲାରେ କୋଭିଡ୍ ବ୍ୟାପୁଛି । ଏହାର କାରଣ ହେଲା ଭାଇରସକୁ ଯେଉଁ ପରିବେଶ ଦରକାର ତାହା ଏଠି ମିଳୁଛି । ତଥାପି ଆମ ପାଇଁ ଭଲ ଖବର ହେଉଛି ପୂର୍ବରୁ 'ବି' ବର୍ଗରେ ଥିବା ଜିଲ୍ଲା ମଧ୍ୟ 'ଏ'କୁ ଯାଇଛନ୍ତି । ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ ସରକାର କଟକଣା କୋହଳ କରିଛନ୍ତି । ସମସ୍ତେ ଗାଇଡଲାଇନ୍ ମାନିଲେ ସଂକ୍ରମଣ ନିଶ୍ଚିତ କମିବ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+