ରାଜ୍ୟରେ କରୋନା ଟିକା ଅଭାବ, ଆଜି ୧୬ ଜିଲ୍ଲାରେ ଟିକାକରଣ ବନ୍ଦ
ରାଜ୍ୟରେ କୋଭିଡ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକଙ୍କ ସୂଚନା । ଟିକା ଅଭାବ ଯୋଗୁଁ ରାଜ୍ୟର ଆଜି ୧୬ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ ।
ଭୁବନେଶ୍ୱର: ରାଜ୍ୟରେ କୋଭିଡ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକଙ୍କ ସୂଚନା । ଟିକା ଅଭାବ ଯୋଗୁଁ ରାଜ୍ୟର ଆଜି ୧୬ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ଜୁନ୍ କୋଟା ବାହାରେ ଆଉ ୬ ଲକ୍ଷ ଟିକା କେନ୍ଦ୍ରକୁ ମଗାଯାଇଥିଲା, ଆଜି ଲକ୍ଷେ କୋଭିସିଲ୍ଡ ଟିକା ପହଞ୍ଚିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ସେ ଆହୁରୀ କହିଛନ୍ତି ଯେ, ଆଜି ରାଜ୍ୟର ମାତ୍ର ୪୨ଟି କେନ୍ଦ୍ରରେ କୋଭିସିଲ୍ଡ ଟିକା ଦିଆଯାଉଛି । ତୃତୀୟ ଲହର ପୂର୍ବରୁ ଟିକାକରଣ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । କିନ୍ତୁ ଟିକା ଯୋଗାଣ ଉପରେ ଲକ୍ଷ୍ୟ ପୂରଣ ନିର୍ଭର କରୁଛି । ରାଜ୍ୟରେ ବର୍ତ୍ତମାନ ୧୯ ହଜାର କୋଭିସିଲଡ଼ ଟୀକା ଓ ୩ଲକ୍ଷ ଉପରେ କୋଭାସ୍କିନ ଟୀକା ମହଜୁଦ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାଜ୍ୟରେ ୩ ଲକ୍ଷ ଲୋକଙ୍କୁ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଟିକା ପାଇଥିଲେ ମାତ୍ର ୪୯ ହଜାର । ସେହିପରି ଆଜି ରାଜ୍ୟର ମାତ୍ର 114 ଟି ସ୍ଥାନରେ ଟିକାକରଣ ହେଉଛି । ଏହା ଭିତରୁ 72 ଟି ସେସନ କେବଳ ଭୁବନେଶ୍ୱରରେ ହେଉଛି । ଅବଶିଷ୍ଟ ୪୨ଟି ସେସନ ରାଜ୍ୟର ଅନ୍ୟ ଜିଲ୍ଲାରେ ଚାଲୁଛି।












Click it and Unblock the Notifications