Get Updates
Get notified of breaking news, exclusive insights, and must-see stories!

ଆପଣ ନେଉଛନ୍ତି କି କରୋନା ଟିକା ? ଜାଣନ୍ତୁ, କେଉଁଠି ନେବେ ଟିକା ? କେମତି କରିବେ ପଞ୍ଜୀକରଣ ?

ତେବେ କେଉଁଠି ନେବେ ଟିକା, କେମିତି କରିବେ ପଞ୍ଜୀକରଣ । ଆପଣଙ୍କ ଏହି ସବୁ ପ୍ରଶ୍ନର ଉତ୍ତର ଦେବୁ ଆମେ...

corona vaccination in odisha: ଆଜିଠୁ ସାରା ଦେଶରେ ସାଧାରଣ ଲୋକଙ୍କୁ ଦିଆଯାଉଛି କରୋନା ଟିକା । ଦେଶରେ ପୁଣି କରୋନାର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଥିବା ବେଳେ ଆଜିଠୁ 2ୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହୋଇଛି । ତେବେ ଓଡିଶାରେ ମଧ୍ୟ ଜାରି ରହିଛି ଟିକାକରଣ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନେଇଛନ୍ତି କରୋନା ଟିକା । ୬୦ ବର୍ଷରୁ ଅଧିକ ବୟସର ଲୋକେ ପରିଚୟପତ୍ର ଦେଖାଇ ଟିକା ନେଉଛନ୍ତି। ଉଭୟ ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ ଟିକା ଦିଆଯିବ। ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କରୋନା ଟିକା ନେଇଛନ୍ତି।

corona vaccine in odisha

ତେବେ କେଉଁଠି ନେବେ ଟିକା, କେମିତି କରିବେ ପଞ୍ଜୀକରଣ । ଆପଣଙ୍କ ଏହି ସବୁ ପ୍ରଶ୍ନର ଉତ୍ତର ଦେବୁ ଆମେ...

କେଉଁଠି କରିବେ ପଞ୍ଜିକରଣ ?

  1. COWIN ଆପରେ ପଞ୍ଜୀକରଣ କରି ପାରିବେ ।
  2. ଆରୋଗ୍ୟ ସେତୁ ଆପରେ ମଧ୍ୟ ପଞ୍ଜୀକରଣ କରି ପାରିବେ ।
  3. COWIN.GOV.IN ୱେବସାଇଟରେ ମଧ୍ୟ ପଞ୍ଜୀକରଣ କରି ପାରିବେ ।

ପଞ୍ଜିକରଣ ପରେ କ'ଣ ହେବ ?

  1. ଅନଲାଇନ ପଞ୍ଜୀକରଣ ପରେ ମୋବାଇଲକୁ ଆସିବ ଓଟିପି ।
  2. ମୋବାଇଲରେ ଓଟିପି ଦେଇ ଆକାଉଣ୍ଟ ତିଆରି କରିବେ ।
  3. ଟିକା ନେବାକୁ ଥିବା ବ୍ୟକ୍ତିଙ୍କ ନାଁ, ବୟସ ଓ ଲିଙ୍ଗ ଦର୍ଶାଇବେ ।
  4. କୌଣସି ଏକ ବୈଧ ପରିଚୟ ପତ୍ର ଦେବାକୁ ପଡିବ ।
  5. ୪୫ ବର୍ଷରୁ ୫୯ବର୍ଷ ହୋଇଥିଲେ ରୋଗ ପ୍ରମାଣ ପତ୍ର ଦେବାକୁ ହେବ ।
  6. ଦିଆଯାଇଥିବା ତାଲିକାରୁ ଆପଣଙ୍କ ନିକଟସ୍ଥ ଟିକାକରଣ କେନ୍ଦ୍ର ଚୟନ କରିପାରିବେ ।

ଟିକା କେନ୍ଦ୍ରକୁ କେଉଁ କାଗଜପତ୍ର ନେଇଯିବେ ?

  1. ଟିକା କେନ୍ଦ୍ରକୁ ନିଜର ପରିଚୟ ପତ୍ର ନେବା ଅତ୍ୟନ୍ତ ଆବଶ୍ୟକ ।
  2. ୪୫ରୁ ୫୯ ବର୍ଷର ଲୋକ ଜଟିଳ ରୋଗ ସଂପର୍କିତ ପ୍ରମାଣ ପତ୍ର ନେବେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+