ରାଜ୍ୟରେ ବିଳମ୍ବରେ ହେବ ଟିକାକରଣ ! ଜାଣନ୍ତୁ କାହିଁକି ଉପୁଜିଲା ଏଭଳି ଆଶଙ୍କା
ରାଜ୍ୟରେ ଟିକା ପହଞ୍ଚିବାରେ ବିଳମ୍ବ ହେଉଥିବାରୁ ଟିକାକରଣରେ ଅନିଶ୍ଚିତତା ଦେଖାଦେବ ବୋଲି ମଙ୍ଗଳବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ମେ 1 ତାରିଖରୁ 18ରୁ 45 ବର୍ଷର ବ୍ୟକ୍ତିବିଶେଷ ଟିକା ନେବେ। ହେଲେ ଓଡ଼ିଶାରେ ଏହା ବିଳମ୍ବ ହେବାର ଆଶଙ୍କା ରହିଛି। କାରଣ ରାଜ୍ୟରେ ଟିକା ପହଞ୍ଚିବାରେ ବିଳମ୍ବ ହେଉଥିବାରୁ ଟିକାକରଣରେ ଅନିଶ୍ଚିତତା ଦେଖାଦେବ ବୋଲି ମଙ୍ଗଳବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ତେବେ ମେ ମାସରେ କୋଭିସିଲ୍ଡ ଟିକା ପହଞ୍ଚିବାର ସମ୍ଭାବନା ଖୁବ୍ କମ୍ ରହିଛି। ସେଥିପାଇଁ ଧାର୍ଯ୍ୟ ତାରିଖରୁ ଟିକାକରଣ ଘୁଞ୍ଚିବ। ସେହିପରି ମେ ମାସର ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ୍ ଆସିପାରେ। ତେଣୁ ପର୍ଯ୍ୟାପ୍ତ ପରିମାଣର ଟିକା ପହଞ୍ଚିବା ପରେ ହିଁ ଟିକାକରଣ ପ୍ରକ୍ରିୟା ଆରମ୍ଭ କରାଯିବ। କୋଭିସିଲ୍ଡ ଟିକା ପାଇଁ ସୋମବାର ଚିଠି ଲେଖାଯାଇଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ।












Click it and Unblock the Notifications