For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟରେ ପ୍ରଥମେ 1 ଲକ୍ଷ 91 ହଜାର ଲୋକଙ୍କୁ ଦିଆଯିବ ଟିକା : ପଢନ୍ତୁ କେଉଁ ସବୁ କେନ୍ଦ୍ରକୁ କିପରି ଯିବ ଟିକା

ରାଜ୍ୟରେ 1 ଲକ୍ଷ 91 ହଜାର ଲୋକଙ୍କୁ ଦିଆଯିବ କରୋନା ଟିକା । ଓଡ଼ିଶାରେ ପହଞ୍ଚିବା ପରେ ନଅଟି ଆଞ୍ଚଳିକ କେନ୍ଦ୍ରକୁ ପଠାଯିବ ଟିକା ।

|

ଭୁବନେଶ୍ୱର : ଆଜି ଅପରାହ୍ନ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ କୋଭାସିଲ୍ଡ ଟିକା । ସ୍ପାଇସ୍ ଜେଟରେ ଏହି ଟିକା ଆସି ଅପରାହ୍ନ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ । ତେବେ ଯେତିକି ଟିକା ଆସୁଛି ସେଥିରେ 1 ଲକ୍ଷ 91 ହଜାର ଲୋକଙ୍କୁ ଦିଆଯିବ । ଏହାପରେ ଆଉ ୨୦ ହଜାର କୋଭାକ୍ସିନ୍‌ ଖୁବଶୀଘ୍ର ଆସି ପହଞ୍ଚିବ । ପ୍ରଥମ ପର୍ଯ୍ୟାୟରେ ବୟସ୍କ ଓ ହାଇରିକ୍ସ ଜୋନ୍‌ରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ଟିକା । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

କୋଭିଡ 19 ଭ୍ୟାସିନ୍
ଏଠାରେ ସୂଚନାଥାଉକି, ସାରାଦେଶରେ ଆସନ୍ତା ୧୬ତାରିଖକୁ କରୋନା ଟିକାକରଣ କରାଯିବ । ଯାହାକୁ ଦୃଷ୍ଟିରେ ରଖି ଦେଶରେ ବିଭିନ୍ନ ସ୍ଥାନକୁ ଟିକା ପଠାଯାଉଛି । ଏହାପରେ ଆସନ୍ତା 25 ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ତାଲିକା ପ୍ରସ୍ତୁତ କରାଯିବ ।
କେଉଁ ସ୍ଥାନକୁ ଯିବ ଟିକା ?

କୋଭିଡ ଟିକା
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟିକା ପହଞ୍ଚିବା ପରେ ରାଜ୍ୟ ଟିକା କେନ୍ଦ୍ରକୁ ଏହା ଯିବ । ଟିକାକୁ ଶୀତବିକରଣ ଗାଡି଼ ଯୋଗେ ରାଜ୍ୟର ଚିହ୍ନଟ ହୋଇଥିବା ନଅଟି ଆଞ୍ଚଳିକ ଟିକା କେନ୍ଦ୍ରକୁ ପଠାଯିବ । ଯେଉଁ ସମସ୍ତ ଟିକା କେନ୍ଦ୍ର ଚିହ୍ନଟ ହୋଇଛି ସେଗୁଡିକ ହେଲା ଭୁବନେଶ୍ୱର, କଟକ, ଗଞ୍ଜାମ, ବାଲେଶ୍ୱର, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗିର, କନ୍ଧମାଳ ଓ କୋରାପୁଟ । ଏହି କେନ୍ଦ୍ରକୁ ଯିବା ପରେ ପଞ୍ଜିକରଣ ହୋଇଥିବା ସ୍ୱାସ୍ଥ୍ୟ କର୍ମୀ ଓ ହାଇରିକ୍ସ ଜୋନରେ ଥିବା ଆଗଧାଡ଼ିର କରୋନା ଯୋଦ୍ଧାମାନଙ୍କୁ ଟିକା ଦିଆଯିବ ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Corona Vaccination in Odisha Know the Center
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X