Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ପ୍ରଥମେ 1 ଲକ୍ଷ 91 ହଜାର ଲୋକଙ୍କୁ ଦିଆଯିବ ଟିକା : ପଢନ୍ତୁ କେଉଁ ସବୁ କେନ୍ଦ୍ରକୁ କିପରି ଯିବ ଟିକା

ରାଜ୍ୟରେ 1 ଲକ୍ଷ 91 ହଜାର ଲୋକଙ୍କୁ ଦିଆଯିବ କରୋନା ଟିକା । ଓଡ଼ିଶାରେ ପହଞ୍ଚିବା ପରେ ନଅଟି ଆଞ୍ଚଳିକ କେନ୍ଦ୍ରକୁ ପଠାଯିବ ଟିକା ।

ଭୁବନେଶ୍ୱର : ଆଜି ଅପରାହ୍ନ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ କୋଭାସିଲ୍ଡ ଟିକା । ସ୍ପାଇସ୍ ଜେଟରେ ଏହି ଟିକା ଆସି ଅପରାହ୍ନ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ । ତେବେ ଯେତିକି ଟିକା ଆସୁଛି ସେଥିରେ 1 ଲକ୍ଷ 91 ହଜାର ଲୋକଙ୍କୁ ଦିଆଯିବ । ଏହାପରେ ଆଉ ୨୦ ହଜାର କୋଭାକ୍ସିନ୍‌ ଖୁବଶୀଘ୍ର ଆସି ପହଞ୍ଚିବ । ପ୍ରଥମ ପର୍ଯ୍ୟାୟରେ ବୟସ୍କ ଓ ହାଇରିକ୍ସ ଜୋନ୍‌ରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ଟିକା । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

କୋଭିଡ 19 ଭ୍ୟାସିନ୍
ଏଠାରେ ସୂଚନାଥାଉକି, ସାରାଦେଶରେ ଆସନ୍ତା ୧୬ତାରିଖକୁ କରୋନା ଟିକାକରଣ କରାଯିବ । ଯାହାକୁ ଦୃଷ୍ଟିରେ ରଖି ଦେଶରେ ବିଭିନ୍ନ ସ୍ଥାନକୁ ଟିକା ପଠାଯାଉଛି । ଏହାପରେ ଆସନ୍ତା 25 ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ତାଲିକା ପ୍ରସ୍ତୁତ କରାଯିବ ।
କେଉଁ ସ୍ଥାନକୁ ଯିବ ଟିକା ?

କୋଭିଡ ଟିକା
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟିକା ପହଞ୍ଚିବା ପରେ ରାଜ୍ୟ ଟିକା କେନ୍ଦ୍ରକୁ ଏହା ଯିବ । ଟିକାକୁ ଶୀତବିକରଣ ଗାଡି଼ ଯୋଗେ ରାଜ୍ୟର ଚିହ୍ନଟ ହୋଇଥିବା ନଅଟି ଆଞ୍ଚଳିକ ଟିକା କେନ୍ଦ୍ରକୁ ପଠାଯିବ । ଯେଉଁ ସମସ୍ତ ଟିକା କେନ୍ଦ୍ର ଚିହ୍ନଟ ହୋଇଛି ସେଗୁଡିକ ହେଲା ଭୁବନେଶ୍ୱର, କଟକ, ଗଞ୍ଜାମ, ବାଲେଶ୍ୱର, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗିର, କନ୍ଧମାଳ ଓ କୋରାପୁଟ । ଏହି କେନ୍ଦ୍ରକୁ ଯିବା ପରେ ପଞ୍ଜିକରଣ ହୋଇଥିବା ସ୍ୱାସ୍ଥ୍ୟ କର୍ମୀ ଓ ହାଇରିକ୍ସ ଜୋନରେ ଥିବା ଆଗଧାଡ଼ିର କରୋନା ଯୋଦ୍ଧାମାନଙ୍କୁ ଟିକା ଦିଆଯିବ ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+