For Quick Alerts
Turn On Notification  
For Daily Alerts
Oneindia App Download

କାଲିଠୁ ଟିକାକରଣ, ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ

ରାଜ୍ୟ ସମସ୍ତ ଜିଲ୍ଲା ଓ ରାଜଧାନୀରେ ମଧ୍ୟ ଆରମ୍ଭ ହେବ ଟିକାକରଣ । ଏନେଇ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର ।

|

ଭୁବନେଶ୍ୱର: ମହାମାରୀ ବିରୋଧରେ ମହାଲଢେଇ । କରୋନାକୁ ମାତ ଦେବାକୁ ପ୍ରସ୍ତୁତ ହୋଇସାରିଛି ସଞ୍ଜିବନୀ । ଆସନ୍ତାକାଲିଠୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଯୋଗେ ଏହାର ଶୁଭାରମ୍ଭ କରିବେ । ସେହିପରି ରାଜ୍ୟ ସମସ୍ତ ଜିଲ୍ଲା ଓ ରାଜଧାନୀରେ ମଧ୍ୟ ଆରମ୍ଭ ହେବ ଟିକାକରଣ । ଏନେଇ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ଏହି ଗାଇଡଲାଇନ୍ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

Vaccination guideline

କଣ ରହିଛି ଗାଇଡଲାଇନ:

  • ୧୮ ବର୍ଷରୁ କମ୍, ଗର୍ଭବତୀ ଓ ପ୍ରସୂତି କରୋନା ଟିକା ଦିଆଯିବ ନାହିଁ ।
  • କୋଭିଡ ଆକ୍ରାନ୍ତ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଟିକା ଦିଆଯାଇ ପାରିବ ନାହିଁ।
  • ସମସ୍ତଙ୍କ ବାହୁରେ କରୋନା ଟିକା ଦିଆଯିବ।
  • ଟିକା ନେବା ପରେ ଅଧଘଣ୍ଟା ଯାଏଁ ଅବଜରଭେସନରେ ରଖାଯିବ ।
  • ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ଶହେ ସ୍ୱାସ୍ଥ୍ୟକର୍ମୀ ନେବେ ଟିକା ।

ତେବେ ପ୍ରଥମ ପର୍ଯ୍ୟାୟ ଟିକାକରଣ ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଞ୍ଜିକୃତ କରାଯାଇଛି। ପ୍ରଥମ ଟିକାଗ୍ରହଣର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ଟିକା ଗ୍ରହଣର ୧୪ଦିନ ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଗୃହ ବିଭାଗ, ରାଜସ୍ୱ ବିଭାଗ ଓ ନଗର ଉନ୍ନୟନ ବିଭାଗ କର୍ମଚାରୀଙ୍କୁ ୨୫ ତାରିଖ ସୁଦ୍ଧା ପଞ୍ଜିକରଣ କରାଯିବ ବୋଲି ସୂଚନା ଦିଆଯାଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Corona Vaccination from tomorrow, State government has issued guidelines
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X