Get Updates
Get notified of breaking news, exclusive insights, and must-see stories!

କାଲିଠୁ ଟିକାକରଣ, ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ

ରାଜ୍ୟ ସମସ୍ତ ଜିଲ୍ଲା ଓ ରାଜଧାନୀରେ ମଧ୍ୟ ଆରମ୍ଭ ହେବ ଟିକାକରଣ । ଏନେଇ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ୱର: ମହାମାରୀ ବିରୋଧରେ ମହାଲଢେଇ । କରୋନାକୁ ମାତ ଦେବାକୁ ପ୍ରସ୍ତୁତ ହୋଇସାରିଛି ସଞ୍ଜିବନୀ । ଆସନ୍ତାକାଲିଠୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଯୋଗେ ଏହାର ଶୁଭାରମ୍ଭ କରିବେ । ସେହିପରି ରାଜ୍ୟ ସମସ୍ତ ଜିଲ୍ଲା ଓ ରାଜଧାନୀରେ ମଧ୍ୟ ଆରମ୍ଭ ହେବ ଟିକାକରଣ । ଏନେଇ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ଏହି ଗାଇଡଲାଇନ୍ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

Vaccination guideline

କଣ ରହିଛି ଗାଇଡଲାଇନ:

  • ୧୮ ବର୍ଷରୁ କମ୍, ଗର୍ଭବତୀ ଓ ପ୍ରସୂତି କରୋନା ଟିକା ଦିଆଯିବ ନାହିଁ ।
  • କୋଭିଡ ଆକ୍ରାନ୍ତ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଟିକା ଦିଆଯାଇ ପାରିବ ନାହିଁ।
  • ସମସ୍ତଙ୍କ ବାହୁରେ କରୋନା ଟିକା ଦିଆଯିବ।
  • ଟିକା ନେବା ପରେ ଅଧଘଣ୍ଟା ଯାଏଁ ଅବଜରଭେସନରେ ରଖାଯିବ ।
  • ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ଶହେ ସ୍ୱାସ୍ଥ୍ୟକର୍ମୀ ନେବେ ଟିକା ।

ତେବେ ପ୍ରଥମ ପର୍ଯ୍ୟାୟ ଟିକାକରଣ ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଞ୍ଜିକୃତ କରାଯାଇଛି। ପ୍ରଥମ ଟିକାଗ୍ରହଣର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ଟିକା ଗ୍ରହଣର ୧୪ଦିନ ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଗୃହ ବିଭାଗ, ରାଜସ୍ୱ ବିଭାଗ ଓ ନଗର ଉନ୍ନୟନ ବିଭାଗ କର୍ମଚାରୀଙ୍କୁ ୨୫ ତାରିଖ ସୁଦ୍ଧା ପଞ୍ଜିକରଣ କରାଯିବ ବୋଲି ସୂଚନା ଦିଆଯାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+