ଆସନ୍ତାକାଲିଠୁ ସାରା ଦେଶରେ ଟିକାକରଣ, ଭୁବନେଶ୍ବରର 6ଟି ସ୍ଥାନରେ ଦିଆଯିବ କରୋନା ସଞ୍ଜିବନୀ

ଆସନ୍ତାକାଲିଠୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଯୋଗେ ଏହାର ଶୁଭାରମ୍ଭ କରିବେ । ସେହିପରି ରାଜ୍ୟ ସମସ୍ତ ଜିଲ୍ଲା ଓ ରାଜଧାନୀର 6ଟି ସ୍ଥାନରେ ଦିଆଯିବ ଟିକା ।

ଭୁବନେଶ୍ୱର: ମହାମାରୀ ବିରୋଧରେ ମହାଲଢେଇ । କରୋନାକୁ ମାତ ଦେବାକୁ ପ୍ରସ୍ତୁତ ହୋଇସାରିଛି ସଞ୍ଜିବନୀ । ଆସନ୍ତାକାଲିଠୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଯୋଗେ ଏହାର ଶୁଭାରମ୍ଭ କରିବେ । ସେହିପରି ରାଜ୍ୟ ସମସ୍ତ ଜିଲ୍ଲା ଓ ରାଜଧାନୀର 6ଟି ସ୍ଥାନରେ ଦିଆଯିବ ଟିକା ।

ତେବେ ଟିକାକରଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ଥିବାବେଳେ ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ହେବା ନେଇ ସୂଚନା ରହିଛି । ଯେଉଁଥିପାଇଁ ରାଜ୍ୟକୁ କୋଭିସିଲ୍‌ଡର ୪ ହାଜର ୮ହଜାର ଡୋଜ୍ ଆସିଛି । ସେହିପରି କୋଭାକ୍ସିନର ୨୦ ହଜାର ଡୋଜ୍ ଆସିଛି । କଟକ, ପୁରୀ, ନୟାଗଡ଼ ସମେତ ଭ୍ୟାକ୍ସିନ୍ ସମସ୍ତ ଜିଲ୍ଲାକୁ ପଠାଯାଇଛି ।

Corona Vaccination

ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରରେ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଦିଆଯିବାକୁ ଥିବା ବେଳେ ଅନ୍ୟ ସମସ୍ତ ୩୦ଟି ଜିଲ୍ଲାରେ ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କୋଭିସିଲ୍ଡ ଟିକା ଦିଆଯିବ । ସବୁଠୁ ଅଧିକ ଟିକା କଟକ ଜିଲ୍ଲାରେ ଦିଆଯିବାକୁ ଥିବାବେଳେ ଦ୍ୱିତୀୟରେ ରହିଛି ଗଞ୍ଜାମ ଜିଲ୍ଲା ।

ସେହିଭଳି ଭୁବନେଶ୍ୱରରେ ପୂର୍ବରୁ ୫ଟି ଟିକାକେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ବର୍ତ୍ତମାନ ଏମ୍ସ ହସ୍ପିଟାଲକୁ ଏଥିରେ ସାମିଲ କରାଯାଇଛି । ରାଜଧାନୀରେ ଗୋଟିଏ କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ । ତେବେ ଟିକାକରଣ ପାଇଁ ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପଂଜିକୃତ କରାଯାଇଛି । ୯ ହଜାର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାଦାନ କରାଯିବ । ପୁଣି ୨୮ ଦିନ ପରେ ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବା ନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରି ସୁଚନା ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ଟିକାକରଣ ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଞ୍ଜିକୃତ କରାଯାଇଛି। ପ୍ରଥମ ଟିକାଗ୍ରହଣର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ଟିକା ଗ୍ରହଣର ୧୪ଦିନ ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଗୃହ ବିଭାଗ, ରାଜସ୍ୱ ବିଭାଗ ଓ ନଗର ଉନ୍ନୟନ ବିଭାଗ କର୍ମଚାରୀଙ୍କୁ ୨୫ ତାରିଖ ସୁଦ୍ଧା ପଞ୍ଜିକରଣ କରାଯିବ ବୋଲି ସୂଚନା ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+