Get Updates
Get notified of breaking news, exclusive insights, and must-see stories!

100ରୁ ତଳକୁ ଖସିଲା ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା

ଦୀର୍ଘ ଦିନ ପରେ ରାଜ୍ୟରେ 100 ମଧ୍ୟରେ ରହିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କାରଣ ଆଜି ରାଜ୍ୟରେ ୨୪ ଘଣ୍ଟାରେ ୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର: ଦୀର୍ଘ ଦିନ ପରେ ରାଜ୍ୟରେ 100 ମଧ୍ୟରେ ରହିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କାରଣ ଆଜି ରାଜ୍ୟରେ ୨୪ ଘଣ୍ଟାରେ ୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କୋଭିଡ ଯୋଦ୍ଧାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଲା ଶୁଭେଚ୍ଛା। କୋଭିଡ ଯୋଦ୍ଧାଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଶହେ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

Corona Update

ଆଜି ୧୯ ଜିଲ୍ଲାରୁ ମୋଟ୍ ୯୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜିଲ୍ଲାରୁ କୌଣସି ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅନୁଗୁଳରୁ ୬, ବାଲେଶ୍ୱରରୁ ୭, ବରଗଡ଼ରୁ ୩, ବଲାଙ୍ଗୀର ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କଟକରୁ ୮, ଢେଙ୍କାନାଳରୁ ୧, ଗଞ୍ଜାମରୁ ୧,ଯାଜପୁରର ୪, ଝାରସୁଗୁଡ଼ାରୁ ୧, କନ୍ଧମାଳରୁ ୧, ଖୋର୍ଧାରୁ ୧୪, କୋରାପୁଟରୁ ୧, ମୟୂରଭଞ୍ଜରୁ ୩,ନୂଆପଡ଼ାରୁ ୮, ପୁରୀରୁ ୪, ରାୟଗଡ଼ାରୁ ୩, ସମ୍ବଲପୁରରୁ ୯ ଓ ସୁନ୍ଦରଗଡରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲର ସଂଖ୍ୟା ୩ ରହିଛି।

ବର୍ତ୍ତମାନ ସମୟରେ ପଜିଟିଭଙ୍କ ସଂଖ୍ୟା ୩୩୪୫୨୯ ଥିବା ବେଳେ ସୁସ୍ଥ ହେଲେଣି ୩୩୧୨୮୪ । ଏହାସହ ରାଜ୍ୟରେ ଆକ୍ଟିଭ କେସଙ୍କ ସଂଖ୍ୟା ୧୨୮୬ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+