ରାଜ୍ୟରେ କମୁଛି କରୋନାର ପ୍ରକୋପ, ପାଞ୍ଚ ହଜାର ମାର୍କକୁ ଖସିଲା ଦୈନିକ ସଂକ୍ରମଣ
ଗତକାଲି ରାଜ୍ୟରେ ୬୧୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୫୮୯୬ ପଜିଟିଭ । ସେମାନଙ୍କ ମଧ୍ୟରୁ ୩୩୩୨ ରୋଗୀ କ୍ୱାରେଣ୍ଟିନରେ ଥିବାବେଳେ ୨୫୬୪ ଜଣ ଲୋକାଲ କଣ୍ଟାକ୍ଟ ଥିବା ଜଣାଯାଇଛି ।
ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି ମହାମାରୀ କରୋନାର ପ୍ରକୋପ । ଦିନକୁ ଦିନ କମିବାରେ ଲାଗିଛି ଦୈନିକ ସଂକ୍ରମଣ । ଗତକାଲି ରାଜ୍ୟରେ ୬୧୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୫୮୯୬ ପଜିଟିଭ । ସେମାନଙ୍କ ମଧ୍ୟରୁ ୩୩୩୨ ରୋଗୀ କ୍ୱାରେଣ୍ଟିନରେ ଥିବାବେଳେ ୨୫୬୪ ଜଣ ଲୋକାଲ କଣ୍ଟାକ୍ଟ ଥିବା ଜଣାଯାଇଛି ।

ହେଲେ ଆଜି ପୁଣି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ଏହି ଜିଲ୍ଲାରୁ ୫୦୦ରୁ କମ୍ ଅର୍ଥାତ୍ ୪୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୮୫୩। ତାଲିକାର ଉପରେ ରହିଛି ଆଜି କଟକ। ଏହି ଜିଲ୍ଲାରୁ ଗତକାଲି ୬୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୩୪୯।
ସେହିପରି ଅନୁଗୁଳରୁ ୩୮୫, ବାଲେଶ୍ୱରରୁ ୩୭୩, ବରଗଡରୁ ୯୯, ଭଦ୍ରକରୁ ୩୭୦, ବଲାଙ୍ଗିରରୁ ୭୭, ବୌଦ୍ଧରୁ ୭୩, କଟକରୁ ୩୪୯, ଦେବଗଡରୁ ୨୨, ଢେଙ୍କାନାଳରୁ ୩୦୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗଜପତିରୁ ୪୪, ଗଞ୍ଜାମରୁ ୩୫, ଜଗତ୍ସିଂହପୁରରୁ ୨୩୨, ଜାଜପୁରରୁ ୪୧୩, ଝାରସୁଗୁଡାରୁ ୫୪, କଳାହାଣ୍ଡିରୁ ୫୩, କନ୍ଧମାଳରୁ ୬୫, କେନ୍ଦ୍ରାପଡାରୁ ୨୩୫, କେନ୍ଦୁଝରରୁ ୧୩୦, ଖୋର୍ଦ୍ଧାରୁ ୮୫୩, କୋରାପୁଟରୁ ୧୨୯, ମାଲକାନଗିରିରୁ ୧୧୬ ଜଣ କରୋନା ରୋଗୀ ବାହାରିଛନ୍ତି।
ମୟୂରଭଞ୍ଜରୁ ୨୬୧, ନବରଙ୍ଗପୁରରୁ ୧୭୪, ନୟାଗଡରୁ ୧୭୭, ନୂଆପଡ଼ାରୁ ୩୭, ପୁରୀରୁ ୨୪୧, ରାୟଗଡାରୁ ୧୬୬, ସମ୍ବଲପୁରରୁ ୯୨, ସୋନପୁରରୁ ୭୭, ସୁନ୍ଦରଗଡରୁ ୧୧୩ ଏବଂ ଷ୍ଟେଟପୁଲ୍ରୁ ୧୪୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଗତ ୨୪ ଘଣ୍ଟାରେ କରୋନାରୁ ମୁକ୍ତ ହୋଇଛନ୍ତି ୮୪୨୯ ଜଣ।
ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀ ସଂଖ୍ୟା ୮,୨୫,୧୧୦ ଛୁଇଁଥିବାବେଳେ କରୋନାରୁ ସୁସ୍ଥ ହୋଇଛନ୍ତି ୭,୪୭,୮୦୫। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ଅଛି ୨୪,୧୭୨। ତେବେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି। ଆଜି ଦିନକରେ ୪୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି।












Click it and Unblock the Notifications