For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟରେ ଦେଢଶହ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଗତ 24 ଘଣ୍ଟାରେ 134 କରୋନା ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 134 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 79 ଜଣ ସଙ୍ଗରୋଧ ଗୃହରୁ ଏବଂ 55 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

|

ଭୁବନେଶ୍ୱର : ରାଜ୍ୟରେ ଦେଢ ଶହ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 134 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 79 ଜଣ ସଙ୍ଗରୋଧ ଗୃହରୁ ଏବଂ 55 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 33ହଜାର 444 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

corona-virus

ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 25 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁରରୁ 19, ପୁରୀରୁ 16, ଝାରସୁଗୁଡ଼ାରୁ 12, ନୂଆପଡ଼ାରୁ 11ଜଣ, ବାଲେଶ୍ୱରରୁ 9, ଯାଜପୁରରୁ 7, ବରଗଡ଼ ଓ ବଲାଙ୍ଗୀରରୁ 3 ଜଣ ଲେଖାଏଁ, ଅନୁଗୁଳ ଓ ଖୋର୍ଦ୍ଧାରୁ 5ଝଣ ଲେଖାଏଁ, ମୟୁରଭଞ୍ଜରୁ 4, କେନ୍ଦୁଝରରୁ 3ଜଣ, ନୟାଗଡ଼, ସୋନପୁର, କଟକ ଓ ବୌଦ୍ଧରୁ 2ଜଣ ଲେଖାଏଁ, କେନ୍ଦ୍ରାପଡ଼ା, କଳାହାଣ୍ଡି, ଜଗତସିଂପୁର, ଗଜପତି ଓ ଗଞ୍ଜାମରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ଆଜି ସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 29ହଜାର 546 ଜଣ ସୁସ୍ଥ ହୋଇଛନ୍ତି ଏବଂ 1944 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
As many as 137 people tested Covid positive in last 24 hours.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X