For Quick Alerts
Turn On Notification  
For Daily Alerts
Oneindia App Download

ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 225 ଜଣ କରୋନା ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 225 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 131 ଜଣ ସଙ୍ଗରୋଧ ଗୃହରୁ ଏବଂ 94 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

|

ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ ସ୍ଥିର ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 225 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 131 ଜଣ ସଙ୍ଗରୋଧ ଗୃହରୁ ଏବଂ 94 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 32ହଜାର 331 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

corona-virus

ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 38 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି , ବରଗଡ଼ ଓ ବଲାଙ୍ଗୀରରୁ 16 ଜଣ ଲେଖାଏଁ, ପୁରୀ, ସମ୍ବଲପୁର, ଖୋର୍ଦ୍ଧା, ଝାରସୁଗୁଡ଼ା ଓ ଅନୁଗୁଳରୁ 15ଜଣ ଲେଖାଏଁ, ମୟୁରଭଞ୍ଜରୁ 10, ବାଲେଶ୍ୱରରୁ 14, କଳାହାଣ୍ଡିରୁ 6, ନୂଆପଡ଼ା, ଯାଜପୁର ଓ ଦେବଗଡ଼ରୁ 5ଜଣ ଲେଖାଏଁ, କଟକରୁ 3ଜଣ, ଗଜପତିରୁ 4, ରାୟଗଡ଼ା ଓ ସୋନପୁରରୁ 3 ଜଣ ଲେଖାଏଁ, କେନ୍ଦୁଝରରୁ 11, ନୟାଗଡ଼ ଓ ଜଗତସିଂପୁରରୁ 2ଜଣ ଲେଖାଏଁ, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ଭଦ୍ରକରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 3ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ଆଜି ସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 28ହଜାର 271 ଜଣ ସୁସ୍ଥ ହୋଇଛନ୍ତି ଏବଂ 2113 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
As many as 225 people tested covid positive in last 24 hour in Odisha.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X