ରାଜ୍ୟରେ ହ୍ରାସ ପାଇଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଗତ 24 ଘଣ୍ଟାରେ 343 ଆକ୍ରାନ୍ତ ଚିହ୍ନଟ, 5 ମୃତ

ଗତ 24 ଘଣ୍ଟାରେ ରାଜ୍ୟରେ 343 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 197 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 146 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |

ଭୁବନେଶ୍ୱର : ରାଜ୍ୟରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ 343 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 197 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 146 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 22 ହଜାର 642 ହୋଇଛି |

corona-virus

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ସୁନ୍ଦରଗଡ଼ରୁ ସର୍ବାଧିକ 41ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ଖୋର୍ଦ୍ଧାରୁ 32, ଅନୁଗୁଳରୁ 32, କଟକରୁ 21, ନୂଆପଡ଼ାରୁ 12, କେନ୍ଦୁଝରରୁ 14, ବଲାଙ୍ଗୀରରୁ 19, ବାଲେଶ୍ୱରରୁ 17, ମୟୁରଭଞ୍ଜରୁ 20, ଯାଜପୁରରୁ, କେନ୍ଦ୍ରାପଡ଼ା ଓ ଝାରସୁଗୁଡାରୁ 8ଜଣ ଲେଖାଏଁ, କଳାହାଣ୍ଡିରୁ 19, ଜଗତସିଂପୁରରୁ 13, ସମ୍ବଲପୁରରୁ 15ଜଣ , ପୁରୀରୁ 22 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

କନ୍ଧମାଳରୁ 2, ଢେଙ୍କାନାଳରୁ 3, ଗଞ୍ଜାମରୁ 8, କୋରାପୁଟରୁ 1, ବରଗଡ଼ରୁ 18, ଭଦ୍ରକରୁ 4, ମାଲକାନାଗିରିରୁ 5, ଦେବଗଡରୁ 2, ନବରଙ୍ଗପୁରରୁ 3, ନୟାଗଡ଼ରୁ 2, ରାୟଗଡାରୁ 2, ଗଜପତିିରୁ 2, ସୋନପୁରରୁ 1, ବୌଦ୍ଧରୁ 4 ଏବଂ ରାଜ୍ୟ ପୁଲରୁ 7 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟରେ କମୁନି କରୋନାଜନିତ ମୃତ୍ୟୁ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ 5ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ କରୋନାଜନିତ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସହିତ ରାଜ୍ୟରେ ମୋଟ 3ଲକ୍ଷ 17ହଜାର 412 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 3383 ଜଣ ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+