Corona Update: ଆଜି ରାଜ୍ୟରୁ ୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ଧିରେଧିରେ ତଳମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୬୫ଟି ହେଉଛି ଲୋକାଲ୍ କେସ୍‌।

Corona Update

ଅନୁଗୋଳ ଜିଲ୍ଲାରେ ସବୁଠୁ ଅଧିକ ୪୭ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୪୪ ଓ ଖୋର୍ଦ୍ଧାରେ ୩୯ ଜଣ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାରେ ୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରେ ୨୬, ଭଦ୍ରକରେ ୩, ବଲାଙ୍ଗିରରେ ୨, ବୌଦ୍ଧରେ ଜଣେ, କଟକରେ ୨୪, ଦେବଗଡ଼ରେ ୫, ଢେଙ୍କାନାଳରେ ୩, ଗଞ୍ଜାମରେ ୧୪, ଜଗତସିଂହପୁରରେ ୨, ଯାଜପୁରରେ ୧୬, ଝାରସୁଗୁଡ଼ାରେ ୧୮, କଳାହାଣ୍ଡିରେ ୭, କନ୍ଧମାଳରେ ୨, କେନ୍ଦ୍ରାପଡ଼ାରେ ୭, କେନ୍ଦୁଝରରେ ୭, ମାଲକାନଗିରିରେ ଜଣେ, ମୟୂରଭଞ୍ଜରେ ୨୬, ନବରଙ୍ଗପୁରରେ ୪, ନୟାଗଡ଼ରେ ୫, ନୂଆପଡ଼ାରେ ୧୩, ପୁରୀରେ ୧୪, ରାୟଗଡ଼ାରେ ୬ ଓ ସମ୍ବଲପୁରରେ ୨୭ ଜଣ ଚିହ୍ନଟ ହୋଇଛନ୍ତି।

ଷ୍ଟେଟ୍‌ ପୁଲ୍‌ରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜପତି, ସୋନପୁର ଓ କୋରାପୁଟରୁ କେହି ଚିହ୍ନଟ ହୋଇ ନାହାନ୍ତି। ୩୯୩ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୭୫୭ରେ ପହଞ୍ଚିଥିବା ବେଳେ ୩,୧୮,୬୮୩ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୨୧୪ ଜଣଙ୍କ ଚିକିତ୍ସା ଚାଲିଛି। ସେହିପରି ୧,୮୦୭ ଜଣଙ୍କ ମୃତ୍ୟୁ ଘଟିଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ ଜିଲ୍ଲାରୁ ଆଉ ୫ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୦୭ରେ ପହଞ୍ଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+