Corona Update: ଆଜି ୮ ହଜାର ତଳେ ଦୈନିକ ସଂକ୍ରମଣ
ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ। କିଛି ଦିନ ଧରି ୮ ହଜାର ଉପରେ ସଂକ୍ରମଣ ରହୁଥିବା ବେଳେ ଆଜି ଏହି ସଂଖ୍ୟା ୮ ହଜାର ତଳକୁ ଖସିଛି । ଆଜି ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୭ ହଜାର ୭୨୯ ପଜିଟିଭ।
ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ। କିଛି ଦିନ ଧରି ୮ ହଜାର ଉପରେ ସଂକ୍ରମଣ ରହୁଥିବା ବେଳେ ଆଜି ଏହି ସଂଖ୍ୟା ୮ ହଜାର ତଳକୁ ଖସିଛି । ଆଜି ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୭ ହଜାର ୭୨୯ ପଜିଟିଭ।

ଆଜି କ୍ୱାରେଣ୍ଟାଇନରୁ ୪ ହଜାର ୩୩୧ ଆକ୍ରାନ୍ତ ଥିବା ବେଳେ, ଲୋକାଲ କେସ ରହିଛି ୩ ହଜାର ୩୯୮। ତେବେ ଖୋର୍ଦ୍ଧାରୁ ସର୍ବାଧିକ ୧୦୬୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲା କଥା ଯଦି ନଜର ପକାଇବା, ତେବେ କଟକରୁ ୭୨୦, ଅନୁଗୁଳରୁ ୪୪୯, ମୟୂରଭଞ୍ଜରୁ ୪୪୨, ବାଲେଶ୍ୱରରୁ ୪୨୬, ଯାଜପୁରରୁ ୩୮୮, ପୁରୀରୁ ୩୩୩, ରାୟଗଡ଼ାରୁ ୩୧୦, ଭଦ୍ରକରୁ ୨୮୭, ସୁନ୍ଦରଗଡ଼ରୁ ୨୭୦, ଜଗତସିଂହପୁରରୁ ୨୫୫, ଢେଙ୍କାନାଳରୁ ୨୫୨, କେନ୍ଦ୍ରାପଡ଼ାରୁ ୨୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ନୟାଗଡ଼ରୁ ୨୧୯ ଜଣ ସଂକ୍ରମିତ ଥିବା ବେଳେ, ନବରଙ୍ଗପୁରରୁ ୨୧୯, ବରଗଡ଼ରୁ ୧୮୯, ଷ୍ଟେଟ୍ ପୁଲରୁ ୧୮୮, କୋରାପୁଟରୁ ୧୮୫, କଳାହାଣ୍ଡିରୁ ୧୬୭, କେନ୍ଦୁଝରରୁ ୧୬୬, ସମ୍ବଲପୁରରୁ ୧୬୧, ଗଞ୍ଜାମରୁ ୧୫୩, ବୌଦ୍ଧରୁ ୧୨୮, ମାଲକାନଗିରିରୁ ୧୦୪, ଦେବଗଡ଼ରୁ ୭୨, ଝାରସୁଗୁଡ଼ାରୁ ୭୧, ଗଜପତିରୁ ୬୮, ବଲାଙ୍ଗୀର ଓ ସୋନପୁରରୁ ୬୧ ଜଣ ଲେଖାଏଁ, କନ୍ଧମାଳରୁ ୫୨ ଓ ନୂଆପଡ଼ାରୁ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 3rd June
New Positive Cases: 7729
In quarantine: 4331
Local contacts: 3398(Details of local contacts will be shared by concerned Dist Administration)
District Wise Cases:
1. Angul: 449
— I & PR Department, Odisha (@IPR_Odisha) June 4, 2021
2. Balasore: 426
3. Bargarh: 189
4. Bhadrak: 287
5. Balangir: 61
ଗତ ୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୦ ହଜାର ୪୩୪ ଜଣ ଆକ୍ରାନ୍ତ। ଏଥିସହ ୭୭୨୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୮ ହଜାର ୬୯୯ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୧୩ ହଜାର ୦୫୫ ଜଣ ସୁସ୍ଥ ହୋଇସାରିଲେଣି। ୮୨ ହଜାର ୬୭୯ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।












Click it and Unblock the Notifications