ଆଜି ବି ସାମାନ୍ୟ ବଢିଲା ଦୈନିକ କରୋନା ସଂକ୍ରମଣ, ଚିହ୍ନଟ ହେଲେ ୧୧୦୭ ପଜିଟିଭ
ଗତକାଲି ଅପେକ୍ଷା ଆଜି ରାଜ୍ୟରେ ସାମାନ୍ୟ ବୃଦ୍ଧି ପାଇଁ ପଜିଟିଭି ସଂଖ୍ୟା । ଗତକାଲି ୧୦୭୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧୧୦୭ ଏହି ସଂଖ୍ୟା ରହିଛି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୬୪୬ ଓ ଲୋକାଲ କେସ୍ ହେଉଛି ୪୬୧ ।
ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ ସାମାନ୍ୟ ବୃଦ୍ଧି ପାଇଛି ପଜିଟିଭି ସଂଖ୍ୟା । ଗତକାଲି ୧୦୭୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧୧୦୭ ଏହି ସଂଖ୍ୟା ରହିଛି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୬୪୬ ଓ ଲୋକାଲ କେସ୍ ହେଉଛି ୪୬୧ । ଏହାବାଦ ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ୧୧୦୭ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୨୪ଜଣ ରହିଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲରୁ ୬୬ଜଣ, ବରଗଡ଼ ଜିଲ୍ଲାରୁ ୫ଜଣ, ଭଦ୍ରକ ଜିଲ୍ଲାରୁ ୩୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୧୩୦ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୨ଜଣ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୪ଜଣ, ଜଗତସିଂହପୁର ଜିଲ୍ଲାରୁ ୫୩ଜଣ, ଯାଜପୁର ଜିଲ୍ଲାରୁ ୫୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯ଜଣ, କଳାହାଣ୍ଡି ଜିଲ୍ଲାରୁ ୭ଜଣ, କନ୍ଧମାଳ ଜିଲ୍ଲାରୁ ୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୨ଜଣ, କେନ୍ଦୁଝର ଜିଲ୍ଲାରୁ ୧୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୯୭ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମାଲକାନଗିରି ଜିଲ୍ଲାରୁ ୧୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୦ଜଣ, ନବରଙ୍ଗପୁର ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଲାରୁ ୨୯ଜଣ, ନୂଆପଡ଼ା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୨୮ଜଣ, ରାୟଗଡ଼ା ଜିଲ୍ଲାରୁ ୫ଜଣ, ସମ୍ବଲପୁର ଜିଲ୍ଲାରୁ ୨୦ଜଣ, ସୋନପୁର ଜିଲ୍ଲାରୁ ୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୭ଜଣ, ଷ୍ଟେଟ ପୁଲ୍ରୁ ୮୨ଜଣ ରହିଛନ୍ତି ।
Covid-19 Report For 11th August
New Positive Cases: 1107
In quarantine: 646
Local contacts: 461(Details of local contacts will be shared by concerned Dist Administration)
District Wise Cases:
1. Angul: 24
— I & PR Department, Odisha (@IPR_Odisha) August 12, 2021
2. Balasore: 66
3. Bargarh: 5
4. Bhadrak: 36
5. Balangir: 3
ସେହିପରି ୬୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୧୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୧ଜଣ, ସମ୍ବଲପୁର ଜିଲ୍ଲାରୁ ୯ଜଣ, ଯାଜପୁର ଜିଲ୍ଲାରୁ ୫ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଜିଲ୍ଲାରୁ ୪ଜଣ ଲେଖାଏଁ ରହିଥିବା ବେଳେ ସୋନପୁର, ଢେଙ୍କାନାଳ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ବାଲେଶ୍ୱର, ପୁରୀ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଭଦ୍ରକ, ଜଗତସିଂହପୁର, କଳାହାଣ୍ଡି, କେନ୍ଦୁଝର, ନୂଆପଡ଼ା, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୧୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୮୫୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୭୩୫୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୬୮୧୭୨୯୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।












Click it and Unblock the Notifications