କରୋନା ମାମଲା : ଆଜି ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ
ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛି । ଦିନକୁ ଦିନ ରାଜ୍ୟରେ ଭୟଙ୍କର ରୁପ ନେଉଛି କରୋନା । ଯାହା ଏବେ ଚିନ୍ତାର କାରଣ ହୋଇଛି । ଆଜି ରାଜ୍ୟରେ ଆଉ ଜଣେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ସାରା ଦେଶରେ ଯେଉଁ ପରି ଭାପରେ କରୋନା ତାହାର କାୟା ବିସ୍ତାର କରୁଛି ଏହା ଏବେ ଚିନ୍ତାର କାରଣ ହୋଇଛି । ଗୋଟାଏ ପରେ ଗୋଟାଏ ରାଜ୍ୟ ଏବେ ବ୍ୟାପିବାରେ ଲାଗିଛି । କୋଭିଡର ନୂଆ ଭାରିଆଣ୍ଟ JN.1ର ସଂକ୍ରମଣ ବଢ଼ିବା ପରେ ରାଜ୍ୟରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସତର୍କ ରହିବାକୁ ସମସ୍ତ ରାଜ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସ୍କ ପିନ୍ଧିବାକୁ ପ୍ରସ୍ତାବ ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications