ରାଜ୍ୟରେ କମୁଛି କରୋନା ସଂକ୍ରମଣ, ୭୦୦୨ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କ୍ରମାଗତ ଭାବରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୦୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୦୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଂଟରରୁ ୩୯୨୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୦୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାବରେ ଷ୍ଟେଟ୍‌ ପୁଲର ସଂଖ୍ୟା ୨୦୭ ରହିଛି।

Corona Update

ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୧୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଅନୁଗୁଳରୁ ୩୮୮, ବାଲେଶ୍ୱରରୁ ୩୩୧, ବରଗଡ଼ରୁ ୧୧୭, ଭଦ୍ରକରୁ ୨୬୭, ବଲାଙ୍ଗୀରରୁ ୮୯୬, ବୌଦ୍ଧରୁ ୧୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୭୭୧, ଦେବଗଡ଼ରୁ ୬୪, ଢେଙ୍କାନାଳରୁ ୧୦୬, ଗଜପତିରୁ ୪୮. ଗଞ୍ଜାମରୁ ୭୪, ଜଗତସିଂହପୁରରୁ ୨୩୨, ଯାଜପୁରରୁ ୪୮୬, ଝାରସୁଗୁଡ଼ାରୁ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ୧୦୩, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୧୮୮, କେନ୍ଦୁଝରରୁ ୧୪୮, ଖୋର୍ଧାରୁ ୧୧୬୭, କୋରାପୁଟରୁ ୧୫୮, ମାଲଗାନଗିରିରୁ ୯୫, ମୟୂରଭଞ୍ଜରୁ ୩୭୦, ନବରଙ୍ଗପୁରରୁ ୧୯୮, ନୟାଗଡ଼ରୁ ୧୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାବରେ, ନୂଆପଡ଼ାରୁ ୨୮, ପୁରୀରୁ ୩୦୬, ରାୟଗଡ଼ାରୁ ୨୨୨, ସମ୍ବଲପୁରରୁ ୧୦୭, ସୋନପୁରରୁ ୫୯ ଓ ସୁନ୍ଦରଗଡ଼ରୁ ୨୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାସହ ବର୍ତ୍ତମାନ ସମୟରେ ରାଜ୍ୟରେ ମୋଟ୍‌ ୮୧୩୦୯୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୭୩୨୦୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ୍‌ କେସର ସଂଖ୍ୟା ୭୮୦୩୧ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+