Corona Update: ଜଣେ ବ୍ରିଟେନ ଫେରନ୍ତାଙ୍କ ସହ ରାଜ୍ୟରେ ୩୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୩୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୨ ଜଣ କ୍ୱାରେଣ୍ଟାଇନ୍‌ରୁ ଓ ୧୩୧ଟି ହେଉଛି ଲୋକାଲ୍ କେସ୍‌।

ଭୁବନେଶ୍ବର: ରାଜ୍ୟରେ ୩୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୨ ଜଣ କ୍ୱାରେଣ୍ଟାଇନ୍‌ରୁ ଓ ୧୩୧ଟି ହେଉଛି ଲୋକାଲ୍ କେସ୍‌। ୨୬ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଏହି ଆକ୍ରାନ୍ତମାନଙ୍କ ଚିହ୍ନଟ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧ ଜଣ ଅଛନ୍ତି।

ଅନୁଗୋଳ ଜିଲ୍ଲାରୁ ୧୬ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୬, ବରଗଡ଼ରୁ ୯, ଭଦ୍ରକରୁ ୪, ବଲାଙ୍ଗିରରୁ ୧୮, ବୌଦ୍ଧରୁ ଜଣେ, କଟକରୁ ୧୬, ଦେବଗଡ଼ରୁ ୨, ଢେଙ୍କାନାଳରୁ ୨, ଗଜପତିରୁ ଜଣେ, ଗଞ୍ଜାମରୁ ୪, ଜଗତସିଂହପୁରରୁ ୫, ଯାଜପୁରରୁ ୧୬, ଝାରସୁଗୁଡ଼ାରୁ ୫, କେନ୍ଦ୍ରାପଡ଼ାରୁ ୩୧, କେନ୍ଦୁଝରରୁ ୨୩, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ୧୭, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୬, ନୂଆପଡ଼ାରୁ ୧୧, ପୁରୀରୁ ଜଣେ, ସମ୍ବଲପୁରରୁ ୨୨, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୩୦ ଜଣ ଚିହ୍ନଟ ହୋଇଛନ୍ତି।

Corona Update

୩୦୩ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୫୦୪ ହୋଇଥିବା ବେଳେ ୩,୨୩,୭୪୯ ଜଣ ସୁସ୍ଥ ହୋଇଛନ୍ତି। ୨,୮୪୧ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିଭଳି ୧,୮୬୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।


ପୁଣି ଜଣେ ବ୍ରିଟେନ ଫେରନ୍ତା ପଜିଟିଭ

ଆଉ ଜଣେ ବ୍ରିଟେନ ଫେରନ୍ତା କୋରୋନା ପଜିଟିଭ ଚିହ୍ନଟ । ଏବେ ସୁଦ୍ଧା ୩ ଜଣ ବ୍ରିଟେନ ଫେରନ୍ତା ପଜିଟିଭ୍ ହୋଇଛନ୍ତି । ୪ ବର୍ଷିଆ ଝିଅର ବାପା ବି ପଜିଟିଭ ଚିହ୍ନଟ । ବିଏମ୍‌ସି କମିସନରଙ୍କ ସୂଚନା । ପରିବାରର ସମସ୍ତଙ୍କ ନମୂନା ସଂଗ୍ରହ ହୋଇଛି । ପରୀକ୍ଷା ପାଇଁ ପୁନେ ପଠାଯାଇଛି, ରିପୋର୍ଟ ଆସିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+