କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ
ଦେଶରେ କରୋନା ଆତଙ୍କ ଦେଖାଦେଇଛି । ଦ୍ରୁତ ଗତିରେ ବଢୁଛି ସଂକ୍ରମଣ ମାମଲା । ଗତ ସପ୍ତାହେ ହେବ ଦେଶରେ ୨ ହଜାରରୁ ଅଧିକ ଆକ୍ଟିଭ କେସ୍ ରହିଛି।
ଏହାରି ଭିତରେ ଦିଲ୍ଲୀରେ ପ୍ରଥମ କରୋଜନିତ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ପ୍ରଥମ ମୁଣ୍ଡ ନେଇଛି କରୋନାର ନୂଆ ଭାରିଏଣ୍ଟ । ଜଣେ ୬୦ ବର୍ଷୀୟ ମହିଳାଙ୍କର କରୋନାରେ ମୃତ୍ୟୁ ହୋଇଛି ।

ଦିଲ୍ଲୀ-ନୋଏଡ଼ା ଓ ଗାଜିଆବାଦରେ ବି କରୋନା ଦ୍ରୁତ ଗତିରେ ମାଡୁଛି । ଦିଲ୍ଲୀରେ ଗୋଟିଏ ଦିନରେ ୫୬ ନୂଆ ମାମଲା ଚିହ୍ନଟ ହୋଇଛି । ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ ମାମଲା ୨୦୦ ରହିଛି । ଦେଶରେ କରୋନାଜନିତ ମୃତ୍ୟୁ ୧୫ ରେ ପହଞ୍ଚିଛି ।












Click it and Unblock the Notifications