Get Updates
Get notified of breaking news, exclusive insights, and must-see stories!

ଭିସୁଟର 25 ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭି ଘଟଣା: ରିପୋର୍ଟ ଥିଲା ଭୁଲ୍, ଖରାପ ଥିଲା ଆଣ୍ଟିଜେନ୍ କିଟ୍

ଆଣ୍ଟିଜେନ୍‌ କିଟ୍‌ ଖରାପ ଥିବାରୁ ସମ୍ବଲପୁର ଭିସୁଟ୍‌ରେ 25 ଛାତ୍ରଛାତ୍ରୀ ଜଣଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏସମ୍ପର୍କରେ ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ସ୍ୱତନ୍ତ୍ର ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଭୁବନେଶ୍ୱର: ଆଣ୍ଟିଜେନ୍‌ କିଟ୍‌ ଖରାପ ଥିବାରୁ ସମ୍ବଲପୁର ଭିସୁଟ୍‌ରେ 25 ଛାତ୍ରଛାତ୍ରୀ ଜଣଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏସମ୍ପର୍କରେ ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ସ୍ୱତନ୍ତ୍ର ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏହାପରେ ସେଠାରୁ ସବୁ ଆଣ୍ଟିଜେନ୍‌ କିଟ୍‌ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପ୍ରଦୀପ୍ତ ।

antigen kit

ଏଠାରେ ସୂଚନାଥାଉକି, ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ଗତ 26 ଓ 27 ତାରିଖକୁ ମିଶାଇ ମୋଟ୍ 25 ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ହୋଇଥିବା ଖବର ଆସିଥିଲା । ଏହାପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ହଇଚଇ ଖେଳିଯାଇଥିଲା । ଫଳରେ ବୁର୍ଲା ଭିସୁଟ୍କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । କୋଭିଡ୍ ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ ।

ବୁର୍ଲା ଭିସୁଟର ପୁଲହ, ପୁଲସ୍‌ୟ, ଅତ୍ରି, କ୍ରତୁ, ବଶିଷ୍ଠ, ମରିଚ, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା ଓ ବସୁନ୍ଧରା ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ସେହିପରି ପୁଲହ ହଷ୍ଟେଲକୁ ଲାଗିକି ଥିବା ଅଞ୍ଚଳରୁ ବୋଫର ଜୋନ୍ ଘୋଷଣା କରାଯାଇଥିଲା । ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ଯାଏଁ ଏହି ଘୋଷଣା ବଳବତ୍ତର ରହିବ ବୋଲି କୁହାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+