ମହାମାରୀ ମଧ୍ୟରେ ଆଶ୍ୱସ୍ତିକର ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୮,୬୬୫ କରୋନା ଆକ୍ରାନ୍ତ

ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୮ ହଜାର ୬୬୫ କରୋନା ପଜିଟିଭ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୪୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣର ପ୍ରକୋପ ଥମିବାର ନାଁ ନେଉନାହିଁ। ଗତ କିଛି ଦିନ ହେବ ଦୈନିକ ୧୦ ହଜାରରୁ ଉର୍ଦ୍ଧ୍ଵ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ। ଆଶ୍ଵସ୍ତିକର କଥା ସଂକ୍ରମିତଙ୍କ ସହ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୮ ହଜାର ୬୬୫ କରୋନା ପଜିଟିଭ ।

Corona Update

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୪୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୬୨୮, କଟକରୁ ୪୪୪, ନବରଙ୍ଗପୁରରୁ ୩୧୮, ଝାରସୁଗୁଡାରୁ ୪୫୮, ଅନୁଗୁଳରୁ ୫୨୮, ମୟୂରଭଞ୍ଜରୁ ୨୪୩, ସମ୍ବଲପୁରରୁ ୩୮୧, ନୂଆପଡାରୁ ୪୦୪, ପୁରୀରୁ ୪୩୪, ବରଗଡରୁ ୩୬୩, ଯାଜପୁରରୁ ୨୭୪, ବଲାଙ୍ଗିରିରୁ ୩୨୪, କେନ୍ଦୁଝରରୁ ୧୬୭, ଗଞ୍ଜାମରୁ ୨୯୦, ବାଲେଶ୍ୱରରୁ ୩୦୧, ଗଜପତିରୁ ୧୦୯, ରାୟଗଡାରୁ ୧୩୨, କଳାହାଣ୍ଡିରୁ ୨୩୫, ନୟାଗଡରୁ ୨୦୬, ସୋନପୁରରୁ ୧୪୦, ଜଗତସିଂହପୁରରୁ ୧୭୨, ଦେବଗଡରୁ ୬୭, କେନ୍ଦ୍ରାପଡାରୁ ୧୨୦, କୋରାପୁଟରୁ ୧୧୯, ଭଦ୍ରକରୁ ୬୩, କନ୍ଧମାଳରୁ ୪୩, ମାଲକାନଗିରିରୁ ୭୨, ଢେଙ୍କାନାଳରୁ ୪୭ ଓ ବୌଦ୍ଧରୁ ୧୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪, ୮୨,୩୪୫କୁ ବୃଦ୍ଧି ଘଟିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟ୍ ଯୋଗେ ଗୁରୁବାର ଏହାର ସୂଚନା ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+