ରାଜ୍ୟରେ ଖସିଲା କରୋନା ଗ୍ରାଫ୍ : ଗତ 24 ଘଣ୍ଟାରେ 550 ଆକ୍ରାନ୍ତ, ଆଖି ବୁଜିଲେ 12

ଲଗାତାର ଭାବରେ ରାଜ୍ୟର ତଳ ମୁହାଁ ହେଉଛି କରୋନା ଗ୍ରାଫ୍ ।

କରୋନା ମିଟର

ଭୁବନେଶ୍ୱର : ଲଗାତାର ଭାବରେ ରାଜ୍ୟର ତଳ ମୁହାଁ ହେଉଛି କରୋନା ଗ୍ରାଫ୍ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 550 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହିମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେସ୍ 317 ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ 233 ରହିଛି । ଅନୁଗୁଳରେ ସର୍ବାଧିକ 53 ଜଣ ଆକ୍ରାନ୍ତ ରହିଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା 50 ତଳକୁ ରହିଛି ।

ସେହିପରି ଖୋର୍ଦ୍ଧାରୁ 49 ଜଣ, କଟକରେ 35, ମୟୁରଭଞ୍ଜରେ 40 ଓ ସୁନ୍ଦରଗଡ଼ରେ 47 ଏବଂ ସମ୍ବଲପୁରରେ 37 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 17 ହଜାର 789ରେ ପହଞ୍ଚିଛି । ଯେଉଁଥିରେ ସୁସ୍ଥ ହୋଇଛନ୍ତି 6 ହଜାର 259 ଜଣ ।


ସେହିପରି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଗତ 24 ଘଣ୍ଟା ମଧ୍ୟରେ କରୋନାରେ ଆଖି ବୁଜିଛନ୍ତି 12 ଜଣ । ସୁନ୍ଦରଗଡ଼ରେ ସର୍ବାଧିକ 4 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱରରେ 3 ଓ ଅନୁଗୁଳରେ 2 ଜଣ କରୋନା ଆକ୍ରାନ୍ତ ଗତ 24 ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଆଜି ରାଜ୍ୟରେ ମୋଟ ଏକ ହଜାର 730 ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+