For Quick Alerts
Turn On Notification  
For Daily Alerts
Oneindia App Download

୬ ପ୍ରତିଶତକୁ ଖସିଛି ପଜିଟିଭ୍‌ ହାର, ଅନଲକ ହେବ କି ଓଡିଶା ?

କରୋନା କାଳରେ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ପଜିଟିଭ ହାର ଦ୍ରୁତଗତିରେ କମୁଛି । ଏବେ ୬ ପ୍ରତିଶତକୁ ଖସିଛି ପଜିଟିଭ୍‌ ହାର । ଯାହା ରାଜ୍ୟ ପାଇଁ ଆଶ୍ୱସ୍ତି ଆଣିଛି ।

|

ଭୁବନେଶ୍ୱର: କରୋନା କାଳରେ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ପଜିଟିଭ ହାର ଦ୍ରୁତଗତିରେ କମୁଛି । ଏବେ ୬ ପ୍ରତିଶତକୁ ଖସିଛି ପଜିଟିଭ୍‌ ହାର । ଯାହା ରାଜ୍ୟ ପାଇଁ ଆଶ୍ୱସ୍ତି ଆଣିଛି । ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନଲକ୍ ପ୍ରକ୍ରିୟାକୁ ଯିବେ ବୋଲି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି ।

Unlock Odisha

ଦେଶରେ ବିଭିନ୍ନ ସ୍ଥାନରେ କେତେବେଳେ ସଂକ୍ରମଣ ବଢୁଛି ଓ କମୁଛି । ତେଣୁ ସତର୍କତାର ସହ ରାଜ୍ୟ ସରକାର ଅନଲକ୍ କରିବେ । ଏକ୍‌ମୋ ଚିକିତ୍ସା ପାଇଁ ୬ଟି ମେସିନ୍ ଆଣିବାକୁ ଟେଣ୍ଡର ସରିଛି । ଆବଶ୍ୟକ ମାନବସମ୍ବଳ ପ୍ରସ୍ତୁତ କରାଯାଇଛି । ମେସିନ୍ ଆସିଲେ ଏକ୍‌ମୋ ଚିକିତ୍ସା ଆରମ୍ଭ ହେବ । କଟକ ଏସ୍‌ସିବିରେ ୬ଟି ୟୁନିଟ୍ ଖୋଲାଯିବ । ଏହାସହ ରାଜ୍ୟରେ ବର୍ତ୍ତମାନ ୨ଟି ଘରୋଇ ହସ୍ପିଟାଲରେ ଏକ୍‌ମୋ ମେସିନ ରହିଛି । ତାହା ମଧ୍ୟ ବ୍ୟବହାର କରାଯିବ ବୋଲି ଡାକ୍ତର ସି.ବି.କେ ମହାନ୍ତି କହିଛନ୍ତି ।

DMET

ସୂଚନାଥାଉ କି, ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ । ଏହା ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୬୪ ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Corona Positive Rate has Reduced to 6 percent in Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X