Get Updates
Get notified of breaking news, exclusive insights, and must-see stories!

୬ ପ୍ରତିଶତକୁ ଖସିଛି ପଜିଟିଭ୍‌ ହାର, ଅନଲକ ହେବ କି ଓଡିଶା ?

କରୋନା କାଳରେ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ପଜିଟିଭ ହାର ଦ୍ରୁତଗତିରେ କମୁଛି । ଏବେ ୬ ପ୍ରତିଶତକୁ ଖସିଛି ପଜିଟିଭ୍‌ ହାର । ଯାହା ରାଜ୍ୟ ପାଇଁ ଆଶ୍ୱସ୍ତି ଆଣିଛି ।

ଭୁବନେଶ୍ୱର: କରୋନା କାଳରେ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ପଜିଟିଭ ହାର ଦ୍ରୁତଗତିରେ କମୁଛି । ଏବେ ୬ ପ୍ରତିଶତକୁ ଖସିଛି ପଜିଟିଭ୍‌ ହାର । ଯାହା ରାଜ୍ୟ ପାଇଁ ଆଶ୍ୱସ୍ତି ଆଣିଛି । ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନଲକ୍ ପ୍ରକ୍ରିୟାକୁ ଯିବେ ବୋଲି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି ।

Unlock Odisha

ଦେଶରେ ବିଭିନ୍ନ ସ୍ଥାନରେ କେତେବେଳେ ସଂକ୍ରମଣ ବଢୁଛି ଓ କମୁଛି । ତେଣୁ ସତର୍କତାର ସହ ରାଜ୍ୟ ସରକାର ଅନଲକ୍ କରିବେ । ଏକ୍‌ମୋ ଚିକିତ୍ସା ପାଇଁ ୬ଟି ମେସିନ୍ ଆଣିବାକୁ ଟେଣ୍ଡର ସରିଛି । ଆବଶ୍ୟକ ମାନବସମ୍ବଳ ପ୍ରସ୍ତୁତ କରାଯାଇଛି । ମେସିନ୍ ଆସିଲେ ଏକ୍‌ମୋ ଚିକିତ୍ସା ଆରମ୍ଭ ହେବ । କଟକ ଏସ୍‌ସିବିରେ ୬ଟି ୟୁନିଟ୍ ଖୋଲାଯିବ । ଏହାସହ ରାଜ୍ୟରେ ବର୍ତ୍ତମାନ ୨ଟି ଘରୋଇ ହସ୍ପିଟାଲରେ ଏକ୍‌ମୋ ମେସିନ ରହିଛି । ତାହା ମଧ୍ୟ ବ୍ୟବହାର କରାଯିବ ବୋଲି ଡାକ୍ତର ସି.ବି.କେ ମହାନ୍ତି କହିଛନ୍ତି ।

DMET

ସୂଚନାଥାଉ କି, ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ । ଏହା ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୬୪ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+