କଟକ SCBରୁ କୋରନା ଆକ୍ରାନ୍ତ ନିଖୋଜ
କେରଳ ଫେରନ୍ତା ଜଣେ ପ୍ରବାସୀ କୋଭିଡ ଆକ୍ରାନ୍ତ ହୋଇ କଟକ ଏସସିବିରେ ଚିକିତ୍ସା ହେଉଥିଲେ । ମାତ୍ର କରୋନାରୁ ସୁସ୍ଥ ହେବା ପରେ ଦିନ ସେ ଡାକ୍ତରଖାନରୁ କେଉଁଆଡେ ଚମ୍ପଟ ମାରିଛନ୍ତି ।
କଟକ: ମେଡିକାଲରୁ କରୋନା ଆକ୍ରାନ୍ତ ନିଖୋଜ । କେରଳ ଫେରନ୍ତା ଜଣେ ପ୍ରବାସୀ କୋଭିଡ ଆକ୍ରାନ୍ତ ହୋଇ କଟକ ଏସସିବିରେ ଚିକିତ୍ସା ହେଉଥିଲେ । ମାତ୍ର କରୋନାରୁ ସୁସ୍ଥ ହେବା ପରେ ଦିନ ସେ ଡାକ୍ତରଖାନରୁ କେଉଁଆଡେ ଚମ୍ପଟ ମାରିଛନ୍ତି । ଏନେଇ ଯୁବକଙ୍କ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରାଯାଇଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ପ୍ରଶାସନ ନିକଟକୁ ଚିଠି ଆସିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଚିଠିକୁ ସିଏମ୍ସି କଣ୍ଟ୍ରୋଲ ରୁମ୍କୁ ପଠାଯାଇଛି । କଣ୍ଟ୍ରୋଲ ରୁମ୍ ପକ୍ଷରୁ ଏ ସମ୍ପର୍କରେ ଏସ୍ସିବିକୁ ଅବଗତ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଚିଠି ପହଞ୍ଚିବା ପରେ ଏସ୍ସିବିରେ ଏହାକୁ ନେଇ ତତ୍ପରତା ବଢିଯାଇଛି । ହେଲେ ଯୁବକଙ୍କ ମୋବାଇଲ ବନ୍ଦ ଥିବାରୁ ତାଙ୍କୁ ଖୋଜିବା ସମ୍ଭବପର ହେଉନାହିଁ ବୋଲି ଏସ୍ସିବି ପକ୍ଷରୁ କୁହାଯାଇଛି ।

ମିଳିଥିବା ସୂଚନା ମୁତାବକ, ସଜେଶ ନାମକ ଜଣେ ଯୁବକ ଏସ୍ସିବି କୋଭିଡ ୱାର୍ଡରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । କରୋନାରୁ ଆରୋଗ୍ୟ ଲାଭ କରିବା ପରେ ଯୁବକ ଜଣଙ୍କ କେଉଁଆଡେ ପଳାଇଛନ୍ତି ।












Click it and Unblock the Notifications