ରାଷ୍ଟ୍ରପତିଙ୍କ ଗସ୍ତ ପରେ NITରେ କରୋନା ପଜିଟିଭ ଚିହ୍ନଟ
ରାଷ୍ଟ୍ରପତିଙ୍କ ଗସ୍ତ ପରେ ରାଉରକେଲା ଏନ୍ଆଇଟିରେ 3 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚଳିତମାସ ୧୦ ଓ ୧୫ ତାରିଖରେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ରାଉରକେଲା: ରାଷ୍ଟ୍ରପତିଙ୍କ ଗସ୍ତ ପରେ ରାଉରକେଲା ଏନ୍ଆଇଟିରେ 3 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚଳିତମାସ ୧୦ ଓ ୧୫ ତାରିଖରେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଉଲ୍ଲେଖଥାଉ କି, 3 ଦିନିଆ ଓଡିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତ ରବିବାର (21) ରାଉଲକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଏବେ ରାଷ୍ଟ୍ରପତିଙ୍କ ଗସ୍ତ ସରିବା ପରେ ୨୨ ତାରିଖରେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ତିନି ଜଣ ଆକ୍ରାନ୍ତଙ୍କୁ କ୍ୟାମ୍ପସ ଭିତରେ ହିଁ ସଙ୍ଗରୋଧରେ ରଖାଯାଇଛି ।
ତେବେ ସବୁଠାରୁ ବଡ଼ କଥା ହେଲା, କଲେଜର ସମାବର୍ତ୍ତନ ଉତ୍ସବରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏହି ସମାଗମ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଗକୁ ଏହି ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।












Click it and Unblock the Notifications