ଆଜି ରାଜ୍ୟରେ ଚିହ୍ନଟ ହେଲେ ୫,୨୩୫ କରୋନା ଆକ୍ରାନ୍ତ

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫,୨୩୫ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୨୯୫୭ ଓ ଲୋକାଲ କଣ୍ଟାକ୍ଟ ୨୨୭୮ ରହିଛି ।

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତକାଲି ରାଜ୍ୟରୁ ୬,୦୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫,୨୩୫ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୨୯୫୭ ଓ ଲୋକାଲ କଣ୍ଟାକ୍ଟ ୨୨୭୮ ରହିଛି ।

Corona Positive

ଆଜିର ବି ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଉପରେ ରହିଛି। ଏହି ଜିଲ୍ଲାରୁ ସର୍ବାଧିକ ୭୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ୨୭୭, ବାଲେଶ୍ୱରରୁ ୩୨୦, ବରଗଡରୁ ୧୧୮, ଭଦ୍ରକରୁ ୨୧୭, ବଲାଙ୍ଗୀରରୁ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବୌଦ୍ଧ ଜିଲ୍ଲାରୁ ୮୩, କଟକରୁ ୫୫୭, ଦେବଗଡରୁ ୧୪, ଢେଙ୍କାନାଳରୁ ୧୩୭, ଗଜପତିରୁ ୨୩, ଗଞ୍ଜାମରୁ ୭୭, ଜଗତ୍‌ସିଂହପୁରରୁ ୧୪୮, ଜାଜପୁରରୁ ୨୯୪, ଝାରସୁଗୁଡାରୁ ୨୭, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୩୭, କେନ୍ଦ୍ରାପଡାରୁ ୨୩୭, କେନ୍ଦୁଝରରୁ ୧୧୫, କୋରାପୁଟରୁ ୧୨୭, ମାଲକାନଗିରିରୁ ୫୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୂଭରଞ୍ଜରୁ ୨୮୫, ନବରଙ୍ଗପୁରରୁ ୧୮୬, ନୟାଗଡରୁ ୧୩୨, ନୂଆପଡାରୁ ୧୩, ପୁରୀରୁ ୨୩୪, ରାୟଗଡ଼ାରୁ ୧୨୯, ସମ୍ବଲପୁରରୁ ୬୬, ସୋନପୁରରୁ ୩୪, ସୁନ୍ଦରଗଡରୁ ୨୫୧ ଏବଂ ଷ୍ଟେଟ ପୁଲ୍‌ରୁ ୧୨୪ ଚହ୍ନଟ ହୋଇଥିବା ଜଣାଯାଇଛି।

୨୪ ଘଣ୍ଟା ମଧ୍ୟରେ ୮,୨୯୯ ଜଣ କରୋନା ରୋଗୀ ସୁସ୍ଥ ହୋଇ ଫେରିଛନ୍ତି। ଆଜିର ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮,୪୨,୪୬୧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି ମୋଟ ୭,୭୨,୯୭୨ ଏବଂ ଆକ୍ଟିଭ କେସ ଅଛି ୬,୬,୨୨୬। ସେହିପରି ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୨୧୦କୁ ବୃଦ୍ଧି ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+