ଚିନ୍ତା ବଢାଉଛି ସଂକ୍ରମଣ, ଦିନକରେ ୧୧ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୭୩୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୬୫୬୯ ଲୋକାଲ କେସ୍ ୫୧୬୩ । ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୭୩୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୬୫୬୯ ଲୋକାଲ କେସ୍ ୫୧୬୩ । ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

coronavirus

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୧୦ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୭୦ ଓ ଅନୁଗୋଳ ଜିଲ୍ଲାରୁ ୭୦୦ ଜଣ ଅଛନ୍ତି। ଅନୁଗୋଳରେ କ୍ରମଶଃ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୧୨ହଜାର ୨୨୪ ଥିବା ବେଳେ ସୁସ୍ଥ ହେଲେଣି ୫ଲକ୍ଷ ୨ହଜାର ୪୫୫ ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୬୪୧ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୪୭୨, ଭଦ୍ରକରୁ ୪୧୪, ବରଗଡ଼ରୁ ୩୬୩, ବଲାଙ୍ଗିରରୁ ୪୦୧, ବୌଦ୍ଧରୁ ୨୭୭, ଦେବଗଡ଼ରୁ ୧୨୯, ଢେଙ୍କାନାଳରୁ ୧୫୩, ଗଜପତିରୁ ୭୭, ଗଞ୍ଜାମରୁ ୨୫୯, ଜଗତସିଂହପୁରରୁ ୩୩୦, ଯାଜପୁରରୁ ୩୮୩, ଝାରସୁଗୁଡ଼ାରୁ ୩୯୧, କଳାହାଣ୍ଡିରୁ ୨୭୪, କନ୍ଧମାଳରୁ ୮୪, କେନ୍ଦ୍ରାପଡ଼ାରୁ ୧୩୯, କେନ୍ଦୁଝରରୁ ୨୨୦, କୋରାପୁଟରୁ ୨୮୯, ମାଲକାନଗିରିରୁ ୧୪୫, ମୟୂରଭଞ୍ଜରୁ ୪୧୮, ନବରଙ୍ଗପୁରରୁ ୪୧୭, ନୟାଗଡ଼ରୁ ୨୬୧, ନୂଆପଡ଼ାରୁ ୨୨୦, ପୁରୀରୁ ୩୯୦, ରାୟଗଡ଼ାରୁ ୨୪୫, ସମ୍ୱଳପୁରରୁ ୫୩୮ ଓ ସୋନପୁରରୁ ୨୫୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ ୨୬୭ ଜଣ ଚିହ୍ନଟ ହୋଇଛନ୍ତି।

୧୧,୭୩୨ ଟି ନୂଆ ମାମଲା ଆସିବା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ୨୨୪ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୨ ହଜାର ୪୫୫ ଜଣ ସୁସ୍ଥ ହୋଇସାରିଛନ୍ତି। ୧ ଲକ୍ଷ ୭ ହଜାର ୪୦୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୧୯ ଜଣଙ୍କ ଜୀବନ ଯିବା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୧୩ରେ ପହଞ୍ଚି ଯାଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସହ ତାଳ ଦେଇ ବଢିଚାଲିଛି ସୁସ୍ଥ ସଂଖ୍ୟା । ଦୈନିକ ପ୍ରାୟ ୧୦ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସୁସ୍ଥ ସଂଖ୍ୟା ମଧ୍ୟ ସମାନ ଅନୁପାତରେ ବଢିଚାଲିଛି । ରାଜ୍ୟରେ ୫ ଲକ୍ଷରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ଅଧିକ ଟେଷ୍ଟିଂ କରାଯାଉଥିବାରୁ ଅଧିକ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଉଛି । ରାଜ୍ୟରେ ସଂକ୍ରମଣ ଏବେ ପ୍ଲାଟ୍ୟୁ ଷ୍ଟେ୍‌ଜରେ ରହିଛି । ତେବେ ଲକ୍‌ଡାଉନ୍‌ ହଟାଗଲେ ସଂକ୍ରମଣ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+