ରାଜ୍ୟରେ କାୟା ବିସ୍ତାର କରୁଛି କରୋନା, ଗୋଟିଏ ଦିନରେ ୫୪୨ ପଜିଟିଭ୍ ଚିହ୍ନଟ, ଜଣେ ମୃତ
ଭୁବନେଶ୍ୱର:ରାଜ୍ୟରେ କାୟା ବିସ୍ତାର କରୁଛି କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୪୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ୩୨୭୦ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିପରି ୩୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ତେବେ ସୁସ୍ଥ ହାରଠାରୁ ସଂକ୍ରମିତ ହାର ଅଧିକ ରହିଛି । ରାଜ୍ୟରେ ବଢୁଥିବା କରୋନା ମାମଲାକୁ ନଜରରେ ରଖି ସମସ୍ତ ଡାକ୍ତରଖାନା ଏବଂ ସମସ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ, ଅଧିକାରୀ, ଲାବୋରେଟୋରୀ ସେବା ପ୍ରଦାନ କରୁଥିବା ବ୍ୟକ୍ତିମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ଅବଗତ କରାଯାଇଛି ।

ଅନ୍ୟପକ୍ଷରେ ଦେଶର ଗତ ୨୪ ଘଣ୍ଟା ମଧ୍ୟରେ ୯୬୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୧୧୯୬୭ ଜଣ କରୋନା ସଂକ୍ରମଣ ସୁସ୍ଥ ହୋଇଛନ୍ତି ।












Click it and Unblock the Notifications