ପୁଣି ମାଡ଼ି ଚାଲିଛି ରାଜ୍ୟରେ କରୋନା, ଆଜି ପୁଣି ୩ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ କିଛି ଦିନ ହେବ ପ୍ରତିଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ପଜିଟିଭ ସଂଖ୍ୟା-18 ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା 3ଜଣ ରୋଗୀଙ୍କ ପରିଚୟ ମିଳିପାରି ନାହିଁ ।

corona

ଖବର ଅନୁସାରେ, ଟ୍ବିନ ସିଟିରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କଟକରେ 2ଜଣ ପଜିଟିଭ ରହିଛନ୍ତି । ପ୍ରଥମ ଆକ୍ରାନ୍ତ ହୋମ୍ କ୍ୱାରେଣ୍ଟିନରେ ରହିଥିବା ବେଳେ ଦ୍ବିତୀୟ ବ୍ୟକ୍ତି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ତେବେ କରୋନାକୁ ନେଇ ଆତଙ୍କିତ ନହୋଇ ସତର୍କ ରହିବା ପାଇଁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଟେଷ୍ଟିଂ ଅନୁସାରେ ପଜିଟିଭ ହାର କମ୍ ଥିବା କୁହାଯାଇଛି ।

ଦେଶରେ ବେକାବୁ କରେନା- ଗତ 24 ଘଣ୍ଟା ମଧ୍ୟରେ କୋଭିଡ୍-19 ମାମଲାରେ ଏକ ବଡ଼ ବୃଦ୍ଧି ଘଟିଛି । ଯାହା ସହିତ ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା 4,302 କୁ ବୃଦ୍ଧି ପାଇଛି ଏବଂ ସାତ ଜଣ ନୂତନ ମୃତ୍ୟୁ ରେକର୍ଡ କରାଯାଇଛି ।

ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସଦ୍ୟତମ ସଂଖ୍ୟା ପ୍ରକାଶ କରିଛି । ସେହି ସମୟରେ, ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ କରୋନାର ବୃଦ୍ଧି ମାମଲା ବିଷୟରେ ସତର୍କ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+