ବଢିପାରେ ସଂକ୍ରମଣ, ଫାଇଟ କରିବାକୁ ପ୍ରସ୍ତୁତ ରୁହ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଅନ୍ୟ ଦେଶରେ ସଂକ୍ରମଣ ବଢୁଛି । ଆମ ଦେଶରେ ବି କିଛି ସ୍ଥାନରେ ସଂକ୍ରମଣ ବଢ଼ିବା ଆରମ୍ଭ କରୁଛି । ତେଣୁ ଆମର ବି ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି ।
ଭୁବନେଶ୍ୱର: ଅନ୍ୟ ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ବଢୁଥିବା କାରଣରୁ ଆମ ଦେଶ ପାଇଁ ବି ଏହା ଚିନ୍ତାର ବିଷୟ ପାଲଟିଛି। ଆମ ଦେଶରେ ପୁଣି ଥରେ କାଳେ କରୋନା ତା'ର କାୟାବିସ୍ତାର କରିବ ସେ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଏ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ କହିଛନ୍ତି, ଅନ୍ୟ ଦେଶରେ ସଂକ୍ରମଣ ବଢୁଛି । ଆମ ଦେଶରେ ବି କିଛି ସ୍ଥାନରେ ସଂକ୍ରମଣ ବଢ଼ିବା ଆରମ୍ଭ କରୁଛି । ତେଣୁ ଆମର ବି ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି । ଏଠି ସଂକ୍ରମଣ ବଢ଼ିବନି ବୋଲି କହିବା ଭୁଲ ହେବ । ତେଣୁ ତାକୁ ଫାଇଟ କରିବା ପାଇଁ ଆମକୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ । ଯାହା ପରାମର୍ଶ ଦିଆଯାଇଛି ତାକୁ ମାନିକି ଚଳିବାକୁ ହେବ ।
ସେ ଆହୁରି କହିଛନ୍ତି, ରାଜ୍ୟରେ ସର୍ଭିଲାନ୍ସ ଜାରି ରହିଛି। ପଜିଟିଭ ରେଟ ଖୁମ୍ କମ୍ ଅଛି। ହେଲେ ଏହା ଉପରେ ନଜର ରହିଛି। ହସ୍ପିଟାଲରେ ଏବେ ବେଡ ସଂଖ୍ୟା କମ୍ ଥିବା ବେଳେ ଆବଶ୍ୟକ ସ୍ଥଳରେ ଏହାକୁ ବଢ଼ାଯିବ ।
ପଜିଟିଭିଟି ସାଙ୍ଗକୁ ମେଡିକାଲରେ ଭର୍ତ୍ତି ସଂଖ୍ୟା ତଥା ମୃତ୍ୟୁ ସଂଖ୍ୟା ଉପରେ ବି କଡ଼ା ନଜର ରଖାଯାଇଛି। ତାହାକୁ ଅନୁଶୀଳନ କରି ପଦକ୍ଷେପ ନିଆଯିବ । ସବୁ ଜିଲ୍ଲା ହସ୍ପିଟାଲରେ ଆଇସୋଲେଟେଡ ବେଡ ରଖାଯାଇଛି। ସେଠାରେ ମେଡିକାଲରେ ଭର୍ତ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି। ଏହା ଆଗକୁ ବଢ଼ିଲେ ବେଡ ସଂଖ୍ୟା ବଢ଼ାଯିବ ।
ସରକାର ୩ଟି ଲହରର ମୁକାବିଲା ସଫଳତାର ସହ କରିଥିବା ବେଳେ ଚତୁର୍ଥ ଲହରର ମୁକାବିଲା ବି କରାଯିବ । ଆମେ ଏବେ ଭଲ ସ୍ଥିତିରେ ରହିଛୁ, ହେଲେ ସଂକ୍ରମଣ ବଢ଼ିବନି ବୋଲି ମନା କରିପାରିବୁ ନାହିଁ। ବିଶେଷଜ୍ଞଙ୍କ ପରାମର୍ଶ ମାନି ଚଳିବା ଉଚିତ ।












Click it and Unblock the Notifications