ରାଜ୍ୟରେ ପିକ୍ ଛୁଇଁ ସାରିଛି ସଂକ୍ରମଣ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କୋରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡ଼ୁଛି, ତେଣୁ ସଂକ୍ରମଣ ତଳମୁହାଁ ରହିଛି । ପ୍ରତିଦିନ 5 ରୁ 6 ହଜାର ପଜିଟିଭ ଚିହ୍ନଟ ହେଉଥିବା ବେଳେ ଟ୍ରାନ୍ସମିଶନ ଅଧିକ ରହିଛି ।

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । କିଛି ଦିନ ସଂକ୍ରମଣ ସଂଖ୍ୟା ୧୦ ହଜାର ଉପରେ ରହିବା ପରେ ଏବେ ତଳମୁହାଁ ହେବାରେ ଲାଗିଛି କରୋନା ସଂକ୍ରମଣ । ରାଜ୍ୟ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

 coronavirus

ସେ କହିଛନ୍ତି ଯେ, ରାଜ୍ୟରେ କୋରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡ଼ୁଛି, ତେଣୁ ସଂକ୍ରମଣ ତଳମୁହାଁ ରହିଛି । ପ୍ରତିଦିନ 5 ରୁ 6 ହଜାର ପଜିଟିଭ ଚିହ୍ନଟ ହେଉଥିବା ବେଳେ ଟ୍ରାନ୍ସମିଶନ ଅଧିକ ରହିଛି । ବେସ୍ ଲାଇନ୍ ଆସିବା ଦରକାର, ଅନ୍ୟ ଦେଶଗୁଡିକ ଦେଖିଲେ ଚତୁର୍ଥ ଓ ପଞ୍ଚମ ଲହର ଦେଖିବାକୁ ମିଳୁଛି । ତେଣୁ ଏବେ ବି ସତର୍କତା ଅବଲମ୍ବନ ଜରୁରୀ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୯୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ବର୍ଷରୁ କମ୍ ବର୍ଗର ୭୩୯ ଜଣ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୪୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୪୫, କଟକରୁ ୪୦୨, ବାଲେଶ୍ୱରରୁ ୩୦୦, ଷ୍ଟେଟ୍ ପୁଲ୍‌ରୁ ୨୯୧, ଯାଜପୁରରୁ ୧୯୧, ନୂଆପଡ଼ାରୁ ୧୮୯, ବଲାଙ୍ଗିରରୁ ୧୮୪, ନୟାଗଡ଼ରୁ ୧୮୦, କଳହାଣ୍ଡିରୁ ୧୬୮, ମୟୂରଭଞ୍ଜରୁ ୧୪୯, କେନ୍ଦ୍ରାପଡ଼ାରୁ ୧୪୪ ଓ ସମ୍ବଲପୁର ଜିଲ୍ଲାରୁ ୧୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳ ଜିଲ୍ଲାରୁ ୯୩, ବରଗଡ଼ରୁ ୧୦୨, ଭଦ୍ରକ ୯୬, ବୌଦ୍ଧ ୭୮, ଦେବଗଡ଼ ୮୯, ଢେଙ୍କାନାଳ ୭୩, ଗଜପତି ୬୯, ଗଞ୍ଜାମ ୯୫, ଜଗତସିଂହପୁର ୮୨, ଝାରସୁଗୁଡ଼ା ୬୩, କନ୍ଧମାଳ ୮୬, କେନ୍ଦୁଝର ୧୨୮, କୋରାପୁଟ ୬୪, ମାଲକାନଗିରି ୫୫, ନବରଙ୍ଗପୁର ୧୧୩, ପୁରୀ ୧୧୭, ରାୟଗଡ଼ା ୧୦୧ ଓ ସୋନପୁର ୮୬ ଜଣ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୧ ହଜାର ୧୬୯ ପହଞ୍ଚିଥିବା ବେଳେ ୧୧ ଲକ୍ଷ ୫୨,୨୩୯ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୭୦ହଜାର ୩୨୭ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+