ସଂକ୍ରମଣ କମୁଛି, ବଢୁଛି ମୃତ୍ୟୁ ସଂଖ୍ୟା: ଦିନକରେ 42 ଜୀବନ ନେଲା କରୋନା
ରାଜ୍ୟରେ ଏବେ ସଂକ୍ରମଣ ସଂଖ୍ୟା ଧିରେ ଧିରେ କମୁଥିବା ବେଳେ ମୃତ୍ୟୁ ଟ୍ରେଣ୍ଡ ବଢିବାରେ ଲାଗିଛି । ରାଜ୍ୟ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । 38, 39, 40 ପରେ ଆଜି 42ରେ ପହଞ୍ଚିଯାଇଛି ମୃତ୍ୟୁ ସଂଖ୍ୟା ।
ଭୁବନେଶ୍ବର: ରାଜ୍ୟରେ ଏବେ ସଂକ୍ରମଣ ସଂଖ୍ୟା ଧିରେ ଧିରେ କମୁଥିବା ବେଳେ ମୃତ୍ୟୁ ଟ୍ରେଣ୍ଡ ବଢିବାରେ ଲାଗିଛି । ରାଜ୍ୟ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । 38, 39, 40 ପରେ ଆଜି 42ରେ ପହଞ୍ଚିଯାଇଛି ମୃତ୍ୟୁ ସଂଖ୍ୟା ।

ତେବେ ଆଜିର ସଂଖ୍ୟା ସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି। ଏହି ୪୨ ଜଣଙ୍କ ମଧ୍ୟରୁ ଅନୁଗୋଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୪ ଜଣ ଲେଖାଏଁ ଥିବା ବେଳେ ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ ଅଛନ୍ତି। ସେହିପରି ଗଜପତି, ଜଗତସିଂହପୁର, ରାୟଗଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ଥିବା ବେଳେ ବରଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, ପୁରୀ, କୋରାପୁଟ, ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି।
ଅନୁଗୋଳ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୩୧କୁ ବୃଦ୍ଧି ପାଇଥିବା ବେଳେ ବରଗଡ଼ରେ ୫୨, ବୌଦ୍ଧରେ ୫୭, କଟକରେ ୧୮୪, ଦେବଗଡ଼ରେ ୨୬, ଗଜପତିରେ ୬୪, ଗଞ୍ଜାମରେ ୨୮୯, ଜଗତସିଂହପୁରରେ ୪୭, ଯାଜପୁରରୁ ୩୧, ଝାରସୁଗୁଡ଼ାରେ ୭୦, କଳାହାଣ୍ଡିରେ ୧୩୪, କନ୍ଧମାଳରେ ୪୩, ଖୋର୍ଦ୍ଧାରେ ୪୯୫, କୋରାପୁଟରେ ୪୩, ମାଲକାନଗିରିରେ ୩୩, ମୟୂରଭଞ୍ଜରେ ୧୦୦, ନୂଆପଡ଼ାରେ ୬୧, ପୁରୀରେ ୧୫୭, ରାୟଗଡ଼ାରେ ୧୧୮ ଓ ସୁନ୍ଦରଗଡ଼ରେ ୨୮୪କୁ ବୃଦ୍ଧି ପାଇଛି।












Click it and Unblock the Notifications