ଆଜି ରାଜ୍ୟରେ ଆଖି ବୁଜିଲେ ଆଉ ୨୨ କରୋନା ଆକ୍ରାନ୍ତ
ରାଜ୍ୟରେ ଆଜି ପୁଣି ଆଉ ୨୨ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
ଭୁବନେଶ୍ୱର: ସଂକ୍ରମଣ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ରାଜ୍ୟରେ ଆଜି ପୁଣି ଆଉ ୨୨ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଆଜିର ତାଲିକାକୁ ମିଶାଇଲେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨,୩୩୫ ରେ ପହଞ୍ଚିଛି।

ରାଜ୍ୟରେ ଗତ କିଛି ଦିନ ଧରି କରୋନା ମୃତ୍ୟୁ ସଂଖ୍ୟା ୨୦ ପାଖାପାଖି ରହୁଛି। ଗତକାଲି ୧୯ ଜଣ କେରାନା ରୋଗୀ ଆଖିବୁଜିଥିବାବେଳେ ଆଜି ୨୨ ଜଣଙ୍କର ମୃତ୍ୟୁ ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି। ବୌଦ୍ଧ, ଖୋର୍ଦ୍ଧା, କୋରାପୁଟ, ନୂଆପଡ଼ା, ରାୟଗଡା, ସୁନ୍ଦରଗଡରୁ ୩ ଜଣ ଲେଖାଏ ଆଖି ବୁଜିଛନ୍ତି। ସେହିପରି ଅନୁଗୁଳରୁ ୨, ଗଜପତି ଓ ପୁରୀରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି।
ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ଖୋର୍ଦ୍ଧାର ୪୧୧ ଜଣଙ୍କର କରୋନା ଜନିଜ ମୃତ୍ୟୁ ଘଟିଥିବାବେଳେ ଅନୁଗୁଳରେ ମୃତ୍ୟୁ ସଂଖ୍ୟା ୬୪ ଛୁଇଁଛି। ରାୟଗଡାରେ ୮୮, ନୂଆପଡାରେ ୪୩, ସୁନ୍ଦରଗଡରେ ୨୨୬, ଗଜପତିରେ ୪୨, ପୁରୀରେ ୧୪୩ ଛୁଇଁଛି ମୃତ୍ୟୁ ସଂଖ୍ୟା।












Click it and Unblock the Notifications