କରୋନା ମୃତ୍ୟୁ: ୬ ଦିନ ପରେ ଖସିଲା ମୃତ୍ୟୁ ସଂଖ୍ୟା, ଆଜି ଆଖି ବୁଜିଲେ ୫ ଆକ୍ରାନ୍ତ
ଲାଗତାର କିଛି ଦିନ ପରେ ଦୁଇ ଅଙ୍କ ତଳକୁ ଖସିଲା ମୃତ୍ୟୁ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ ଆଖି ବୁଜିଲେ ୫ କରୋନା ଆକ୍ରାନ୍ତ ।
ଭୁବନେଶ୍ୱର: ଲାଗତାର କିଛି ଦିନ ପରେ ଦୁଇ ଅଙ୍କ ତଳକୁ ଖସିଲା ମୃତ୍ୟୁ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ ଆଖି ବୁଜିଲେ ୫ କରୋନା ଆକ୍ରାନ୍ତ । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟ ସଂଖ୍ୟା ୨୦୭୩କୁ ବୃଦ୍ଧି ପାଇଛି।

ଏହି ୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲାର ଓ ତିନି ଜଣ ସୁନ୍ଦରଗଡ଼ ଜିଲ୍ଲାର। ତେବେ ଖୋର୍ଦ୍ଧା ଜିଲ୍ଲାରେ ଏବେ ମୃତ୍ୟୁ ସଂଖ୍ୟା ୩୬୫କୁ ବୃଦ୍ଧି ପାଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୩ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୧୯୬କୁ ବୃଦ୍ଧି ହୋଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୮,୯୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୨୫୮ ଜଣ ଅଛନ୍ତି।












Click it and Unblock the Notifications