For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟରେ ଆଜି କରୋନା ନେଲା ଆଉ ୫ ମୁଣ୍ଡ

ଆଜି ରାଜ୍ୟରେ 4 ହଜାର ଦୈନିକ ସଂକ୍ରମଣ ସଂଖ୍ୟା ଡେଇଁଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି ।

|

ଭୁବନେଶ୍ୱର: କରୋନାର 2ୟ ଲହରୀରେ ସଂକ୍ରମଣ ସଂଖ୍ଯା ବଢୁଥିବା ବେଳେ ଧିରେ ଧିରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଲାଣି । ଆଜି ରାଜ୍ୟରେ 4 ହଜାର ଦୈନିକ ସଂକ୍ରମଣ ସଂଖ୍ୟା ଡେଇଁଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲାରୁ ୧, ରାୟଗଡା ଜିଲ୍ଲାରୁ ୧ ଓ ନୂଆପଡା ଜିଲ୍ଲାରୁ ସର୍ବାଧିକ ୩ ଜଣ କୋଭିଡ୍ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏଥିସହ ରାଜ୍ୟରେ କୋଭିଡ୍ ମୃତ୍ୟୁସଂଖ୍ୟା ୧୯୫୩କୁ ବୃଦ୍ଧି ପାଇଛି ।

corona death in odisha

ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାର ୪ ହଜାର ୭୬୧ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । କ୍ୱାରେଣ୍ଟାଇନରୁ ୨୭୮୫ଟି ମାମଲା ଆସିଥିବା ବେଳେ ୧୯୭୬ଟି ମାମଲା ସ୍ଥାନୀୟ ସଂକ୍ରମଣ ରହିଛି । ତେବେ ଖୋର୍ଦ୍ଧାରୁ ସର୍ବାଧିକ ୮୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୬୪କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ୨୭ ହଜାର ୮୨୧ଟି ସକ୍ରୀୟ ସଂକ୍ରମଣ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୧୫୦୩ ଜଣ କରୋନାରୁ ସୁସ୍ଥ ହେବା ସହ ମୋଟ ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୪୭ ହଜାର ୬୩୭କୁ ବୃଦ୍ଧି ପାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
corona death in odisha: 5 Dade in last 14 hours
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X