ଦିନକରେ ପୁଣି ୪୩ ପ୍ରାଣ ନେଲା କରୋନା
ଆଜି ଆଖି ବୁଜିଛନ୍ତି ୪୩ ଜଣ ରୋଗୀ। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩,୧୨୩କୁ ବୃଦ୍ଧି ପାଇଛି।
ଭୁବନେଶ୍ୱର: ସଂକ୍ରମଣ ଥମିବା ଆରମ୍ଭ କରିଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ଚିନ୍ତାର କାରଣ ସାଜିଛି । ମୃତ୍ୟୁ ହାର ୪୦ ଉପରେ ରହିଛି। ରାଜ୍ୟରେ ଗତକାଲି ୪୫ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ଆଜି ଆଖି ବୁଜିଛନ୍ତି ୪୩ ଜଣ ରୋଗୀ। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩,୧୨୩କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ, କଟକ, ଝାରସୁଗୁଡ଼ା, ସୁନ୍ଦରଗଡ଼ରୁ ୪ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ବରଗଡ଼, ବଲାଙ୍ଗିର, ବୌଦ୍ଧରୁ ୩ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି। ସେହିପରି ଗଂଜାମ, ମୟୂରଭଂଜ, ପୁରୀରୁ ୨ ଲେଖାଏଁ, ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡ଼ା, କୋରାପୁଟ, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁରରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି।
ଏହାକୁ ମିଶାଇ ରାଜ୍ୟରେ ଅନୁଗୁଳରେ ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଥିବାବେଳେ ବାଲେଶ୍ୱରରେ ୧୧୧, ବରଗଡରେ ୫୯, ବଲାଙ୍ଗିର ୬୯, ବୌଦ୍ଧ ୬୩ ଏବଂ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୩କୁ ଛୁଇଁଛି। ସେହିପରି ଢେଙ୍କାନାଳରେ କରୋନା ମୃତ୍ୟୁ ସଂଖ୍ୟା ୪୪, ଗଞ୍ଜାମରେ ୨୯୪, ଝାରସୁଗୁଡା ୭୯, କେନ୍ଦ୍ରାପଡ଼ା ୫୬, ଖୋର୍ଦ୍ଧା ୫୧୨, କୋରାପୁଟ ୪୪, ମୟୂରଭଞ୍ଜ ୧୦୫, ନୂଆପଡା ୬୨, ପୁରୀରେ ୧୬୨, ରାୟଗଡାରେ ୧୨୧, ସମ୍ବଲପୁରରେ ୯୬ ଓ ସୁନ୍ଦରଗଡ଼ରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୬କୁ ଛୁଇଁଛି।












Click it and Unblock the Notifications